ରିପୋର୍ଟ : ବିଭୁତି ଲହରିଆ
ବାଲିଗୁଡା, (୫/୩) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ନୂତନ ଭାରତୀୟ ନ୍ୟାୟ ସଂହିତା ରେ ଅପରାଧିକ ଆଇନ ର କାର୍ଯ୍ୟକାରିତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l
କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି,କ.ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ଙ୍କ ସମେତ ବୁଦ୍ଧିଜୀବୀ, ଜନ ପ୍ରତିନିଧି ଏହି ବୈଠକ ରେ ଯୋଗ ଦେଇଥିଲେ l ଏହି ବୈଠକ ରେ ଭାରତୀୟ ନ୍ୟାୟ ସହିଁତା ଓ ଭାରତୀୟ ନାଗରିକ ସୁରକ୍ଷା ସହିଁତା ନୂତନ ଆଇନ ର କାର୍ଯ୍ୟକାରିତା ନେଇ ସଚେତନ କରେଇଥିଲେ କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ଲ ପୋଲିସ ଏସ ଆଇ ଅଶୋକ କୁମାର ତ୍ରିପାଠୀ, ଦମୟନ୍ତୀ ବେହେରା ସମେତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l