32.9 C
Balāngīr
Wednesday, April 30, 2025

ପୌର ନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ବିଜେପି; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକପ୍ରିୟତା ମାପିବ ଶାସକ ଦଳ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୬/୦୩) : ସାଧାରଣ ନିର୍ବାଚନକୁ ବର୍ଷେ ପୁରିନଥିବା ବେଳେ ନିଜ ଦଳର ଲୋକପ୍ରିୟତା ପରଖିବାକୁ ପୌର ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେପି ।

ବର୍ଷ ବର୍ଷ ଧରି ପୌର ନିର୍ବାଚନରୁ ବଞ୍ଚିତ ଥିବା ରାଉରକେଲା, ପୁରୀ ଓ ସମ୍ବଲପୁରରେ ବାଜିବ ନିର୍ବାଚନୀ ବିଗୁଲ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣିଥରେ ମୈଦାନରେ ମୁହାଁମୁହିଁ ହେବେ ବିଜେପି-ବିଜେଡି-କଂଗ୍ରେସ । ପୁରୀ, ରାଉରକେଲା ଓ ସମ୍ବଲପୁରରେ ପୌର ନିର୍ବାଚନ ପାଇଁ ସରକାର ସଂକେତ ଦେଇଥିବା ବେଳେ ଭିତିରିଆ ସର୍ଭେ ସାରିଛି ବିଜେପି ।

ସାଧାରଣ ନିର୍ବାଚନକୁ ବର୍ଷେ ପୁରିନଥିବା ବେଳେ ନିଜ ଦଳର ଲୋକପ୍ରିୟତା ପରଖିବାକୁ ପୌର ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେପି । ବର୍ଷ ବର୍ଷ ଧରି ପୌର ନିର୍ବାଚନରୁ ବଞ୍ଚିତ ଥିବା ରାଉରକେଲା, ପୁରୀ ଓ ସମ୍ବଲପୁରରେ ବାଜିବ ନିର୍ବାଚନୀ ବିଗୁଲ । ଏଥିପାଇଁ ହାଇକୋର୍ଟରେ ଚାଲିଥିବା ଆଇନଗତ ଲଢେଇ ଶେଷ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି ।

ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଜେପି ଅତି ଗୋପନୀୟ ଭାବେ ଏହି ୩ ସ୍ଥାନରେ ଭିତିରି ସର୍ଭେ ସାରିଥିବା କୁହାଯାଉଛି । ପୌର ନିର୍ବାଚନ ଆଳରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ କେତେ ପ୍ରସ୍ତୁତ ତାହା ଜାଣିବାକୁ ଚାହୁଛନ୍ତି ବିଜେପିର ଷ୍ଟ୍ରାଟେଜି ମେକର । ଗତ ୨୦୨୨ରେ ପଞ୍ଚାୟତ ନିର୍ବାଚନ ପରେ ପରେ ସାରା ଓଡ଼ିଶାରେ ପୌର ନିର୍ବାଚନ ହୋଇଥିଲା । କିନ୍ତୁ ଆଇନଗତ ଲଢେଇରେ ଛନ୍ଦି ହୋଇଥିବାରୁ ରାଉରକେଲା, ପୁରୀ ଓ ସମ୍ବଲପୁରରେ ହୋଇପାରିନଥିଲା ନିର୍ବାଚନ ।

ରାଉରକେଲା ଓ ସମ୍ବଲପୁର :

୨୦୦୮ରେ ଶେଷଥର ପାଇଁ ହୋଇଥିଲା ନିର୍ବାଚନ
୨୦୧୩ରେ ଉଭୟ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା
କିଛି ନୂଆ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ମାମଲା
କୋର୍ଟରେ ମାମଲା ଥିବାରୁ ନିର୍ବାଚନ ସମୟ ଟାଳୁଥିଲେ ପୂର୍ବ ସରକାର

ପୁରୀ :

ଶେଷଥର ପାଇଁ ୨୦୧୩ରେ ହୋଇଥିଲା ପୌର ନିର୍ବାଚନ
୨୦୧୮ରେ ପୁରୀ ପୌରପାଳିକାର ସରିଛି କାର୍ୟ୍ୟକାଳ
ୱାର୍ଡ ସମ୍ପ୍ରସାରଣ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅଟକିଛି ନିର୍ବାଚନ
ଆଇନ ଓ ଅଦାଲତର ଦ୍ବାହି ଦେଇ ପୂର୍ବ ସରକାର ନିର୍ବାଚନ କରୁନଥିଲେ ଓ ବର୍ଷ ବର୍ଷ ଧରି ଜନପ୍ରତିନିଧିଙ୍କ ବିନା ଦହଗଞ୍ଜ ହେଉଥିଲେ ସହରବାସୀ।

ପୌର ନିର୍ବାଚନ ହେଉନଥିବାରୁ ୩ ସହରରେ ବିକାଶ କାମ ଠପ୍ ପଡିଛି । ତେଣୁ ନୂଆ ସରକାର କେବେ ପୌର ନିର୍ବାଚନ କରିବେ ସେ ପ୍ରତୀକ୍ଷାରେ ସହରବାସୀ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...