32.9 C
Balāngīr
Thursday, June 12, 2025

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

Must read

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ପାସ୍ ହାର ସାମାନ୍ୟ ଅଧିକ ରହିଛି । ଗତବର୍ଷ ୮୭.୯୮ ପ୍ରତିଶତ ରହିଥିବା ବେଳେ ଏଥର ୦.୪୧ ପ୍ରତିଶତ ଅଧିକ ରହିଛି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ୫.୯୪% ଅଧିକ ରହିଛି । ଛାତ୍ରୀଙ୍କ ପାସ୍‌ହାର ୯୧.୬୪% ଥିବାବେବେଳେ ଛାତ୍ରଙ୍କ ପାସ୍‌ହାର ୮୫.୭୦% ରହିଛି । ଛାତ୍ରଛାତ୍ରୀମାନେ cbse.gov.in, http://cbseresults.nic.in କିମ୍ବା results.cbse.nic.inରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏହା ବାଦ୍ ଡିଜି ଲକର୍ ଏବଂ ଉମାଙ୍ଗ୍ ଆପ୍ (UMANG) ଜରିଆରେ ନିଜର ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ବିଜୟୱାଡ଼ା ପ୍ରଥମ ସ୍ଥାନ (୯୯.୬୦%)ରେ ରହିଥିବା ବେଳେ ତା ତଳକୁ ଦ୍ୱିତୀୟରେ ତ୍ରୀବେନ୍ଦ୍ରମ୍ (୯୯.୩୨%) ଦ୍ୱିତୀୟ ଏବଂ ଚେନ୍ନାଇ (୯୭.୩୯%) ତୃତୀୟରେ ରହିଛି । ସିବିଏସଇର ଭୁବନେଶ୍ୱର ଶାଖା ୯୦ ପ୍ରତିଶତ ଛୁଇଁ ପାରି ନାହିଁ । ଭୁବନେଶ୍ୱରରେ ପାସ୍ ହାର ୮୩.୬୪ ପ୍ରତିଶତ ରହିଥିବାବେଳେ ଦେଶରେ ଏକାଦଶ ସ୍ଥାନରେ ରହିଛି ।

୧୬ ଲକ୍ଷ ୯୨ ହଜାର ୭୯୪ ଜଣ ଦେଇଥିଲେ ପରୀକ୍ଷା

ଚଳିତ ବର୍ଷ ମୋଟ ୧୯, ୨୯୯ ସ୍କୁଲରୁ ୧୭ ଲକ୍ଷ ୪ ହଜାର ୩୬୭ ଜଣ (୧୭,୦୪,୩୬୭ ) ପରୀକ୍ଷା ଦେଇଥିବାବେଳେ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାବେଳେ ୧୬ ଲକ୍ଷ ୯୨ ହଜାର ୭୯୪ ଜଣ (୧୬, ୯୨,୭୯୪) ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୯୬ ହଜାର ୩୦୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଫେବୃୟାରୀ ୧୫ ରୁ ଏପ୍ରିଲ ୪ ତାରିଖ ଯାଏଁ ୭୩୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...