32.9 C
Balāngīr
Thursday, July 10, 2025

ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବ୍ଲକ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ ଓ କମ ବୟସରେ ବାହାଘର ନ କରାଇବା ପାଇଁ ବ୍ଲକ ସ୍ତରରେ ସମୀକ୍ଷା ବୈଠକ
ରାୟଗଡ,(୨୯/୧୧) : ରାୟଗଡା ଜିଲ୍ଲା ପ୍ରଶାସନ, ରାୟଗଡଙ୍କ ଦ୍ଵାରା ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ କାର୍ଯ୍ୟକ୍ରମ ମାନ କରିବା ନିମନ୍ତେ ଗତ ସେପ୍ଟେମ୍ବର ମାସରେ ଜିଲ୍ଲା ସ୍ତରରେ ନିଷ୍ପତ୍ତି ମାନ ନିଆଯାଇଥିଲା ।f3c8f43c aca3 4cb9 b187 fc266cd65442 ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବ୍ଲକ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ

ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ ରୋକିବା ପାଇଁ ତଥା ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ନିର୍ଧାରିତ ଜିଲ୍ଲା କାର୍ଯ୍ୟ ଖସଡା ଅନୁସାରେ ଗତ ତିନି ମାସରେ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ସମୀକ୍ଷା କରାଯିବା ସହିତ ଆଗାମୀ ୩ ମାସ ପାଇଁ କରାଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା |

ଶିଶୁଙ୍କ ବିଭିନ୍ନ ସମସ୍ୟା ବିଷୟରେ ଶୁଣିବା ଓ ଏହାର ଆଶୁ ସମାଧାନ କରିବା ନିମନ୍ତେ ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆଗରୁ ଗଠିତ ହୋଇଥିବା କମିଟି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଶିଶୁ ମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଜିଲ୍ଲାରେ ପ୍ରତିମାସର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।

ପଂଚାୟତ ସ୍ତରରେ ପ୍ରତି ୩ ମାସର ପ୍ରଥମ ମାସର ୨୯ ତାରିଖ କୁ ଧାର୍ଯ୍ୟ କରଯାଇଥିଲା ବେଳେ ବ୍ଲକ ସ୍ତରରେ ଦ୍ଵିତୀୟ ମାସର ୨୯ ତାରିଖ ଦିନ ଓ ଜିଲ୍ଲା ସ୍ତରରେ ତୃତୀୟ ମାସର ୨୯ ତାରିଖ ଦିନ ଶିଶୁ ମାନଙ୍କର ଅଭିଯୋଗ ଶୁଣିବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ନିରାକରଣ ଅଭିଯାନକୁ ତୀବ୍ର କରାଯିବା ଲକ୍ଷ୍ୟ ରଖି କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗତ ସେପ୍ଟମ୍ବର ମାସରେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସ୍କୁଲ ଯିବା ବୟସର ପିଲା ସ୍କୁଲରେ ପଢୁଥିବେ, ଏକ ବାଲ୍ୟ ବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ, ଶିଶୁ ବନ୍ଧୁ (ଚାଇଲ୍ଡ ଫ୍ରେଣ୍ଡଲି) ଓ ଦକ୍ଷତା ପୂର୍ଣ ଶିଶୁ ମାନଙ୍କର ଜିଲ୍ଲା ହିସାବରେ ରାୟଗଡା ଜିଲ୍ଲା ମାନ୍ୟତା ପାଇବା ପାଇଁ ଯେଉଁ ଆହ୍ଵାନ ଦେଇଥିଲେ, ତାହା “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆଜି ଜିଲ୍ଲାର ସମସ୍ତ ବ୍ଲକରେ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇ କାର୍ଯ୍ୟକାରୀ କରିଥିବା ଉପଲବ୍ଧି କରାଯାଇଥିଲା ।d0f91499 6566 4ed2 8bf5 e2025ab39d99 ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବ୍ଲକ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ

ବାଲ୍ୟ ବିବାହ ରୋକିବା ନିମନ୍ତେ ବାରମ୍ବାର ସଚେତନତା କରାଯିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା ସ୍ଵତନ୍ତ୍ର ଗ୍ରାମସଭା ଆଯୋଜନ ସମୟରେ ବାଲ୍ୟ ବିବାହ ନିଷେଧ ବିଷୟରେ ଆଲୋଚନା କରାଯିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବାଲ୍ୟ ବିବାହର କୁପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟର ସମସ୍ୟାକୁ କିପରି ଦୁର କରିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା |

କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା । ମହିଳା ମାନେ ସଶକ୍ତ ହେଲେ ହିଁ ବାଲ୍ୟ ବିବାହ ରୋକା ଯାଇ ପାରିବ ତେଣୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଠିକ ସେହିପରି ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମିଳିତ ଶପଥ ପାଠ କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟି ଗୁଡିକରେ ଏହି ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଆଗାମୀ ୩ ମାସ ପାଇଁ ନିର୍ଧାରିତ ହୋଇଥିବା କାର୍ଯ୍ୟଖସଡାକୁ କିଭଳି ସଫଳ ରୂପାୟନ କରାଯାଇ ପାରିବ ଓ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର ପ୍ରୟାସ ସବୁ ସ୍ତରରେ ସବୁ ଲୋକଙ୍କ ପାଖରେ ପହଞ୍ଚିବ ଓ ପ୍ରଶାସନ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ବେଶ ଗୁରୁତ୍ୱ ଦେଇଥିଲେ | ଏହି ବୈଠକରେ ଆବାହିକା ତଥା ସମନ୍ଵିତ ଶିଶୁ ବିକାଶ ଯୋଜନାର ପ୍ରକଳ୍ପ ଅଧିକାରୀ ମାନେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସମୀକ୍ଷା କରିବାରେ ସହଯୋଗ କରିଥିଲେ ।

ଏହି ଅବସରରେ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଥାନା ଅଧିକାରୀ, ତହସିଲଦାର, ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ଚାଇଲ୍ଡଲାଇନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଆଇ ସି ଡି ଏସ ପ୍ରକଳ୍ପର ସୁପରଭାଇଜର ଓ ମିଶନ ଶକ୍ତିର ବ୍ଲକ ସଂଯୋଜକ ମାନେ ପରିଚାଳନା କରିଥିଲେ ।

ଜିଲ୍ଲା ସ୍ତରରେ ଏହି ବୈଠକ ଗୁଡିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ତଦାରଖ କରିଥିବା ବେଳେ ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଓ ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ପ୍ରମୁଖ ସହଯୋଗ କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...