32.9 C
Balāngīr
Wednesday, April 23, 2025

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଫାଇନାଲ ପେନସନ ଓ ଡିସିଆରଜି ପ୍ରଦାନ ଅବସର ଦିନ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧/୨) : ମୁରିବାହାଲ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାପିଟା ପ୍ରଧାନ ଶିକ୍ଷକ ଶ୍ରୀ ବିରାଜ କୁମାର ମହାନ୍ତି ଅବସର ଗ୍ରହଣ କରିଛନ୍ତି lWhatsApp Image 2025 02 02 at 10.26.49 ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଫାଇନାଲ ପେନସନ ଓ ଡିସିଆରଜି ପ୍ରଦାନ ଅବସର ଦିନ

ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରି ଯୋଗଦେଇ ଫାଇନାଲ ପେନସନ ଏବଂ ଡିସିଆରଜି ପ୍ରଦାନ କରିଥିଲେ l ଶ୍ରୀ ମହାନ୍ତି ଶିକ୍ଷାଦାନ ପ୍ରତି ପ୍ରତିବଦ୍ଧତା, ବିଦ୍ୟାଳୟ ପ୍ରତି ସମର୍ପି ମନଭାବ ଥିଲା l ଫୁଲଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଶ୍ରୀ ମହାନ୍ତି ଶିକ୍ଷକ ସମାଜ ରେ ଏକ ମୂର୍ତ୍ତିମନ୍ତ ଆଲୋକବର୍ତ୍ତିତା ସେ ଜଣେ ବଳିଷ୍ଠ ସଂଗଠକ |ମୁରିବାହାଲ ବ୍ଲକ ଶିକ୍ଷା ସଂଘର ସେ ଅପ୍ରତିଦ୍ବନ୍ଦି ସମ୍ପାଦକ ଥିଲେ l ସେ ଗତ ତା ୩୦ /୩/୧୯୯୫ ରେ ତେନ୍ତୁଳୀଖୁଣ୍ଟି ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ରେ ନିଯୁକ୍ତି ହୋଇ ତା ମାର୍ଚ୍ଚ ୨୦୦୬ ରୁ ସରକାରଙ୍କ ନିର୍ଦେଶ କ୍ରମେ ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାପିଟା ବଦଳି ହୋଇ ପ୍ରଧାନ ଶିକ୍ଷକଙ୍କ ଦାଇତ୍ୱ ଦକ୍ଷତାର ସହିତ ପ୍ରତିବାଦନକରି ତା ୩୧/୦୧/୨୫ ଦିନ ନିଜ କର୍ତ୍ତବ୍ୟରୁ ଅବସର ଗ୍ରହଣ କରିଥିଲେ l ସେ ଜଣେ ମେଳାପୀ ଛାତ୍ର ବତ୍ସଲ, ପରୋପକାରୀ, ଶିଖକ ଥିଲେ l ସେ ବିଭିନ୍ନ ସଂଗଠନ ସହ ଓତଃ ପ୍ରୋତଃ ଭାବରେ ଜଡିତ l

ଏହି ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଭାବବିହ୍ଵଳ ହୋଇପଡ଼ିଥିଲେ l ଆଗାମୀ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ l ଶ୍ରୀ ମହାନ୍ତିଙ୍କ ପାଖରେ ପଢ଼ିଥିବା ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ଓ ଶିକ୍ଷକ ମାନେ ବଜାଗଜା କରିବାସହ ନିଜ ଗାଁ ତେନ୍ତୁଳୀଖୁଣ୍ଟି ଘର ପର୍ଯ୍ୟନ୍ତ ଆଣିଛାଡିଥିଲେ l ଗାଁ ରେ ପହଞ୍ଚିଲାପରେ ଗ୍ରାମବାସୀ କୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ଆଣିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...