32.9 C
Balāngīr
Sunday, April 20, 2025

ପ୍ରଧାନ ଶିକ୍ଷକଙ୍କ ବାଇକ୍‌‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌‌, ଜଣେ ଲୁଟେରାକୁ ଗୋଡ଼ାଇ ଧରିଲେ ଲୋକେ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପିପିଲି, (୧୮/୦୨) : ଝିଅ ବାହାଘର ପାଇଁ ୫ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ପ୍ରଧାନ ଶିକ୍ଷକଙ୍କ ବାଇକ୍‌‌ର ଡିକିକୁ ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ଲୁଟ୍‌‌ କରିବା ସମୟରେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଧରି ପୁଲିସ ଜିମା ଦେଇଛନ୍ତି ।

ସୋମବାର ଅପରାହ୍ନରେ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ବଜାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ୫ଲକ୍ଷ ଟଙ୍କା ମଧ୍ୟରୁ ସାଢେ ୪ ଲକ୍ଷ ଟଙ୍କା ରାସ୍ତା ଉପରେ ପଡ଼ିଯାଇଥିବାବେଳେ ୫୦ହଜାର ଟଙ୍କାକୁ ଲୁଟେରାର ଅନ୍ୟଜଣେ ସହଯୋଗୀ ନେଇ ଫେରାର୍‌‌ ହୋଇଯାଇଛି । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୁଟେରାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବସନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ହରିରାଜପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଜେନା ସୋମବାର ଅପରାହ୍ନ ସାଢେ ୩ଟା ସମୟରେ ନିଜ ଝିଅର ବିବାହ ପାଇଁ ପିପିଲି ଏସ୍‌‌ବିଆଇ ଶାଖାରୁ ୫ଲକ୍ଷ ଟଙ୍କା ଉଠାଇଥିଲେ। ସେ ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ନିଜ ବାଇକ୍‌‌ ଡିକିରେ ରଖି ବାଇକ୍‌‌ ଚଳାଇ ଦାଣ୍ଡମୁକୁନ୍ଦପୁରସ୍ଥିତ ଏକ ବିବାହ ମଣ୍ଡପକୁ ଯାଇଥିଲେ।

ଏହି ବିବାହ ମଣ୍ଡପରେ ତାଙ୍କର ଜଣେ ସଂପର୍କୀୟଙ୍କ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ସେ ବାଇକ୍‌‌ରୁ ଓହ୍ଲାଇବା ସମୟରେ ହଠାତ୍‌‌ ଜଣେ ବ୍ୟକ୍ତି ତାଙ୍କୁ ଶକ୍ତ ଧକ୍କା ମାରିଥିଲା। ସେ ତଳେ ପଡ଼ିଯିବା ପରେ ଉକ୍ତ ଲୋକଟି ତାଙ୍କ ବାଇକ୍‌‌ ଡିକି ଭାଙ୍ଗି ତା’ମଧ୍ୟରେ ଥିବା ୫ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌‌(୫ଶହ ଟଙ୍କିଆ ୧୦ଟି ବିଡା)କୁ ନେଇ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ବାଇକ୍‌‌ ପଛରେ ବସିବା ପାଇଁ ଉଦ୍ୟତ ହୋଇଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଜୋର୍‌‌ରେ ପାଟି କରିବାସହ ତାକୁ ଧରିବା ପାଇଁ ଗୋଡାଇଥିଲେ। ଲୁଟେରା ଜଣକ ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ବାଇକ ଚାଳକକୁ ଧରାଇ ଦେଇଥିବାବେଳେ ବାଇକ୍‌‌ରେ କିନ୍ତୁ ବସି ପାରିନଥିଲା।

ଲୋକଙ୍କ ପାଟି ଶୁଣି ବାଇକ୍‌‌ ଚାଳକ ନିଜ ବାଇକ୍‌‌ର ସ୍ପିଡ୍‌‌କୁ ବଢ଼ାଇ ଦେଇଥିଲା। ବାଇକ୍‌‌ ପଛକୁ ଧରି ଲୁଟେରା ଜଣକ କିଛିବାଟ ପର୍ଯ୍ୟନ୍ତ ରାସ୍ତାରେ ଘୋଷାରି ହୋଇଯିବା ପରେ ନିକଟବର୍ତ୍ତୀ ଏକ ବିଦ୍ୟାଳୟଠାରେ ବାଇକ୍‌‌କୁ ଛାଡି ରାସ୍ତା ଉପରେ ପଡ଼ିଥିଲା। କିନ୍ତୁ ବାଇକ୍‌‌ ଚାଳକ ଜଣକ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ତେବେ ସୌଭାଗ୍ୟବସତଃ ଏହି ଗୋଡାଗୋଡି ସମୟରେ ବାଇକ୍‌‌ ଚାଳକ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌‌ ମଧ୍ୟରୁ ୯ଟି ୫ଶହ ଟଙ୍କିଆ ନୋଟ୍‌‌ ବିଡା(ସାଢେ ୪ଲକ୍ଷ ଟଙ୍କା) ରାସ୍ତା ଉପରେ ଖସିପଡ଼ିଥିଲା।

କେବଳ ୫୦ହଜାର ଟଙ୍କାକୁ ବାଇକ୍‌‌ରେ ଥିବା ଦୁର୍ବୃତ୍ତ ନେଇ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା। ବାଇକ୍‌‌ରୁ ଖସି ପଡ଼ିଥିବା ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ସହ ପିପିଲି ପୁଲିସର ଜିମା ଦେଇଥିଲେ। ରାସ୍ତାରେ ଘୋଷାରି ହେବା ଫଳରେ ତାର ଦୁଇଟି ଯାକ ଗୋଡ ସମେତ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଥିବାବେଳେ ପୁଲିସ ତାକୁ ଚିକିତ୍ସା ଲାଗି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ସେଠାରୁ ତାକୁ ଭୁବନେଶ୍ଵର କ୍ୟାପିଟାଲ ହସ୍‌‌ପିଟାଲ୍‌‌କୁ ସ୍ଥାନାନ୍ତର କରାଯାଇଛି ।

ଧରାପଡ଼ିଥିବା ଲୁଟେରାର ଘର ଆସ୍କା ଥାନା ଅନ୍ତର୍ଗତ କୋଦଳା ଅଞ୍ଚଳରେ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ପ୍ରକାଶ ଚନ୍ଦ୍ର ଜେନା ସନ୍ଧ୍ୟାରେ ପୁଲିସରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଫେରାର୍‌‌ ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବାବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

 

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...