ମୁନିଗୁଡ଼ା:ତା୨-୪/ଆପ୍ର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଓ ବିଷମକଟକ ବ୍ଲକରେ ପ୍ରତି ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ଅତି ଜଣାଶୁଣା ଭାଗିରଥି ସାର ଖାଲି ଜଣେ ଶିକ୍ଷକ ନଥିଲେ,ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସମ୍ବନ୍ଧୀୟ ସବୁ ସମସ୍ୟା ସମାଧାନର ଚାବିକାଠି ଥିଲେ। ଆଦ୍ୟ ଶିକ୍ଷକ ଜୀବନରେ ଅନେକ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ନିଜ ଘରେ ପାଠ ପଢ଼ାଇ ବଡ ମଣିଷ କରିବାରେ ପ୍ରମୁଖ ଭୂମିକା ନଭାଇଥିଲେ।
ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଅତି ସମ୍ମାନର ଭାଗିରଥି ସାର ଆଜି ତାଙ୍କ ଶିକ୍ଷକତା ଚାକିରି ଜୀବନରୁ ଅବସର ନେଉଥିବା ଜାଣି ଅନେକ ତାଙ୍କ ମୁନିଗୁଡ଼ାସ୍ଥ ବାସ ଭବନରେ ପହଞ୍ଚି ତାଙ୍କ ଅଦ୍ଭୁତ ଶିକ୍ଷା ଡାନର ପ୍ରଶଂସା କରିବା ସହ ସାରଙ୍କୁ କୃତଜ୍ଞତା ଜଣାଇଥିଲେ। ତାଙ୍କ ଅବସର ଜୀବନ ଭଲରେ ବିତିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।ଭାଗିରଥି ସାର(ଭାଗିରଥି ସାମଲ)୧୮-୩-୨୦୦୨ମସିହାରେ ବିଷମକଟକ ବ୍ଲକ ଡ଼ାଲିଆକୁଜି ପଞ୍ଚାୟତ ଅନ୍ତର୍ଗତ ଦୁରୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।ସେହି ଅଞ୍ଚଳରେ ସେ ସଭିଙ୍କର ଏତେ ପ୍ରିୟପାତ୍ର ହୋଇଗଲେଯେ ଚାକିରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେହି ବିଦ୍ୟାଳୟରେ ରହିଯାଇଥିଲେ।ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ସ୍ନେହ ଶ୍ରଦ୍ଧା,ଭଲପାଇବା ଏବଂ ସମ୍ମାନ ତାଙ୍କୁ ସେହି ଦୁରୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଚାକିରି ଶେଷ ପର୍ଯ୍ୟନ୍ତ ଅଟକାଇ ଦେଇଥିଲା।
ଆଜି ଆଞ୍ଚଳିକ ସାଧନା କେନ୍ଦ୍ର,ହାଟ ମୁନିଗୁଡ଼ା ତରଫରୁ ପୁଶୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଲିମାଙ୍କ ସଭାପତିତ୍ବ ଓ ସହକାରୀ ଶିକ୍ଷକ ଉଦୟ ଲାବଲାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷକ ପାମାନା ବ୍ରାଲିକା,ସମ୍ମାନିତ ଅତିଥି ଶିକ୍ଷକ ମହେନ୍ଦ୍ର ସେଠୀ,ଧନେଶ୍ଵର ମଙ୍ଗରାଜ,ବିପ୍ଳବ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥିମାନେ ପ୍ରଧାନ ଶିକ୍ଷକ ଭାଗିରଥି ସାରଙ୍କ ବିଦ୍ୟାଳୟ ପ୍ରତି ଦାୟିତ୍ୱବୋଧତା,ଛାତ୍ରଛାତ୍ରୀ ମାନଙ୍କ ପ୍ରତି କର୍ତ୍ତବ୍ୟ ପରାଣୟତା, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସହିତ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳିତ ଜିବାନଚର୍ଯ୍ୟା ଓ ସମୟାନୁବତ୍ତିତା ପାଇଁ ସବୁଦିନ ସଭିଙ୍କ ମନରେ ମନେରହିବେ ବୋଲି କହିଥିଲେ।
ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ
ସେହିପରି ଏନପିଏସ ର ଅନ୍ୟ ଏକ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ଶରତ ଚନ୍ଦ୍ର ଆଚାର୍ଯ୍ୟ,ଉପ ସଭାପତି ରାଜେଶ କୁମାର ବିଶ୍ବାଳ,ସାଧାରଣ ସମ୍ପାଦକ କାଳନ୍ଦୀ ନାୟକ,କୋଷାଧ୍ୟକ୍ଷ ରମାକାନ୍ତ ବେର ଦଳେଇ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ସାମଲଙ୍କ କାର୍ଯ୍ୟକାଳ ସମୟର ସ୍ମୃତି ଚାରଣ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମରେ ବନିତା ନାୟକ,ସବିତା ଦିଦି,ଇଶ୍ୱରି ବାଡ଼ିକା,ଅଶ୍ଵିନୀ ଦାସ,ଗଣେଶ ସେଠୀ ପ୍ରମୁଖ ଶିକ୍ଷକ,ଶିକ୍ଷୟତ୍ରୀ ପରିଚାଳନାରେ ସହାୟତା କରିଥିଲେ।