ମୁରିବାହାଲ ତା ୨/୪/ଆପ୍ର): ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିଶୁ ବାଟିକା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି |
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଞ୍ଚିତରା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିଶୁ ବାଟିକାର ଶୁଭରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଆରସିସି ସୁଧୀର କୁମାର ନାଗ ଯୋଗଦେଇ ଉତ୍ସାହିତ କରିଥିଲେ |ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, ଶଙ୍ଖ ଘଣ୍ଟ ବାଦ୍ୟ ସହିତ ଶିଶୁ ଓ ପିତାମାତା ମାନଙ୍କୁ ସ୍ୱାଗତ କରିଥିଲେ | ପ୍ରଥମେ ଶିଶୁ ମାନଙ୍କୁ ପାଦ ଧୋଇ ଶିଶୁ ମାନଙ୍କୁ ଫୁଲ ଚନ୍ଦନ ଦେବା ସହିତ ସିଲେଟ ଦେଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରିଥିଲେ|
ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତ ଶିଶୁ ମାନଙ୍କୁ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରି ଉତ୍ସାହିତ କରିଥିଲେ | ପ୍ରଥମ ଦିନରେ ୧୫ ଜଣ ଶିଶୁ ଙ୍କୁ ଖଡ଼ିଛୁଆଁ କରିବା ସହ ବିଦ୍ୟାଳୟ ରେ ନାମ ଲେଖା ଯାଇଥିଲା | ଏହି ଅବସରରେ ଶିକ୍ଷକ /ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ,ଗୌର ଚନ୍ଦ୍ର ଭୋଇ, ପ୍ରିୟଦର୍ଶନୀ ସ୍ୱାଇଁ, ନୀଳମଣି ଦୀପ,ପରିଚାଳନା କମିଟି ସଦସ୍ୟ/ସଦସ୍ୟା, ଅଭିଭାବକ/ଅଭିଭାବିକା ପ୍ରମୁଖ ଉପସ୍ଥିତଥିଲେ |