32.9 C
Balāngīr
Friday, April 25, 2025

ପ୍ରଭାବଶାଳୀ ବିଜେଡି ରାଜନେତାଙ୍କ ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ ଆଣି ସୋନପୁର ପୌର ଅଧିକାରୀ ଙ୍କୁ ଘେରିଲେ ସୋନପୁର ନଗର ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୩) : ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଲ ଙ୍କ ନେତୃତ୍ୱରେ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀ ଙ୍କୁ ଭେଟି ପୌରପରିଷଦ ଅଞ୍ଚଳରେ ଥିବା ସରକାରୀ ଜମି କୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଛନ୍ତି ।WhatsApp Image 2025 03 05 at 21.57.17 ପ୍ରଭାବଶାଳୀ ବିଜେଡି ରାଜନେତାଙ୍କ ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ ଆଣି ସୋନପୁର ପୌର ଅଧିକାରୀ ଙ୍କୁ ଘେରିଲେ ସୋନପୁର ନଗର ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା

ପ୍ରମୁଖ ଅଭିଯୋଗ, ବ୍ଲକ୍ ଛକ ପାଖ ରେ ଜଣେ ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ଜମିର ଦଖଲ କରି ଅନେକ ଫାଇଦା ଉଠାଇଛନ୍ତି । ଉକ୍ତ ସ୍ଥାନ କୁ ଶୀଘ୍ର ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ଅଧିକାରୀ ତାଙ୍କ ଉପରେ ଶୀଘ୍ର କର୍ଯ୍ୟନୁଷ୍ଠାନ ନେବାକୁ ଦାବି ରଖିଥିଲେ ବିଜେପି ସଦସ୍ୟ। ଅନେକ ପୋଖରୀ ମଧ୍ୟ ଚତୁରତାର ସହ ମାଟି ପୋତି ପ୍ଲଟିଂ କରି ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ୍ ପାଖରେ ଏକ ବେଆଇନ ନର୍ସରୀ ହୋଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହା କୁ ଭଡ଼ା ସୂତ୍ର ରେ ଦେଇଥିବା କଥା ଅଭିଯୋଗ କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ମହାପାତ୍ର ।

ପୌର ଅଧିକାରୀ ଏହି ବିଷୟ ରେ ସେ ଅବଗତ ନ ଥିଲେ ଉପ ଜିଲ୍ଲାପାଳ ତହସିଲଦାର ଙ୍କୁ ଯୋଗାଯୋଗ କରି ଉକ୍ତ ସ୍ଥାନ ଗୁଡିକୁ ସାତ ଦିନ ଭିତରେ ଉଚ୍ଛେଦ କରାହେବା ନେଇ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି । ସୋନପୁର ସହର ମଧ୍ୟ ରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ର ରୁ କେତେ ଟଙ୍କା ଆୟ କରୁଛନ୍ତି ଏହାର ହିସାବ ମାଗିଥିଲେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ। ଉକ୍ତ ସ୍ଥାନ କୁ ଶୀଘ୍ର ଉଚ୍ଛେଦ ହଟାଇବା ପାଇଁ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ଅନୁରୋଧ କରିବା ସହ ଆଗାମୀ ଦିନ ରେ ଆନ୍ଦୋଳନ ଜୋର୍ ଦାର ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଘେରାଉ ସମୟ ରେ କାଉନସିଲର ଗଙ୍ଗା ତାରିଆ, କାଉନସିଲର ସୁକାନ୍ତ ସାହୁ, ପୂର୍ବତନ କାଉନସିଲର ତ୍ରିଲୋଚନ ତରିଆ, ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ନରସିଂହ ପୃଷ୍ଟି, ବିବେକା ନନ୍ଦ ମିଶ୍ର, ବିକ୍ରାନ୍ତ କେଶରୀ ମିଶ୍ର, ରାଜେଶ୍ ସାହୁ, କିଶୋର ମିଶ୍ର, ଅନନ୍ତ ମିଶ୍ର, ଦେବାଶିଷ ପୁଝାରୀ, ସୁରୁବାବୁ ସାହୁ,ବିକି ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁଲୁ ଭରସାଗର ପ୍ରମୁଖ ବିଜେପି ସଦସ୍ୟ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...