32.9 C
Balāngīr
Wednesday, April 23, 2025

ପ୍ରଶାସନର ଉପସ୍ଥିତିରେ ଉତ୍କଳ କମ୍ପାନୀ ସହ ୨୮ତାରିଖରେ ହେବ ତୁଣ୍ଡା ଗାଁ ବାସୀଙ୍କ ଆଲୋଚନା

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୧) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ଗ୍ରାମ ପଞ୍ଚାୟତର ଜୋଗୀପାରୀ ତୁଣ୍ଡା ଗାଁ ବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଲୋଚନା ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଅହରିଥିବା ଦେଖିବାକୁ ମିଳିଛି ।WhatsApp Image 2025 01 21 at 10.16.33 ପ୍ରଶାସନର ଉପସ୍ଥିତିରେ ଉତ୍କଳ କମ୍ପାନୀ ସହ ୨୮ତାରିଖରେ ହେବ ତୁଣ୍ଡା ଗାଁ ବାସୀଙ୍କ ଆଲୋଚନା

ପ୍ରକାଶ ଥାଉକି ତୁଣ୍ଡା ଗାଁ ଗ୍ରାମବାସୀ ଉତ୍କଳ କମ୍ପାନୀ କୁ ଜଳ, ଜମି, ଜଙ୍ଗଲ ଦେଇ ଥିବା ସ୍ଥଳେ ଦୁଇ ଦଶନ୍ଦୀ ହେବ ଉତ୍କଳ କମ୍ପାନୀ ତାଙ୍କୁ ବିଶେଷ ଭାବେ ଅଣଦେଖା କରିଛି। ଓ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ମୌଳିକ ଅଧିକାର ପୂରଣ କରିନାହିଁ କିମ୍ବା କୌଣସି ରୋଜଗାର ଦେବାରେ କମ୍ପାନୀର ଆନ୍ତରିକତା ନାହିଁ ବୋଲି ପ୍ରାୟ ଦୁଇ ସପ୍ତାହ ହେଲା ସମସ୍ତ ଗ୍ରାମବାସୀ ମୁଖ୍ୟ ସଡ଼କ ଅବରୋଧ କରିଥିଲେ । କମ୍ପାନୀକୁ ଜଳ ଯୋଗାଉଥିବା ଇଣ୍ଟେକର ଜଳ ଅବରୋଧ କରି ଏକ ନଦୀ ହିଡ଼ ବାନ୍ଧି ଜଳକୁ ଅନ୍ୟ ଦିଶାରେ ପ୍ରବାହିତ କରିଥିଲେ ଏବଂ ସେମାନଙ୍କ ଦାବୀଥିଲା ସମସ୍ତ ଗ୍ରାମବାସୀ ୨୫୨ ପରିବାରଙ୍କୁ ରୋଜଗାର ଯୋଗାଇଦେବ, ପାନୀୟ ଜଳ, ଗମନାଗମନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ଉପରେ ବିଶେଷ ଭାବେ ଧ୍ୟାନ ଦେବ ।

କିନ୍ତୁ କମ୍ପାନୀର ଅବହେଳା ନୀତି କ୍ରମାଗତ ଥିବା ହେତୁ ଆନ୍ଦୋଳନରେ ଅଡି ବସିଥିଲେ। କ୍ରମାଗତ ଭାବେ କମ୍ପାନୀ କତୃପକ୍ଷଙ୍କ ସହ ଗ୍ରାମବାସୀଙ୍କ ବାଦବୀବାଦ କ୍ରମେ ସମାଧାନର କୌଣସି ବାଟ ଫିଟୁ ନଥିଲା। ୧୯/୧/୨୫ ରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଏକ ପ୍ରକାର ସମାଧାନ ର ଆଶ୍ୱାସନା ଗ୍ରାମବାସୀଙ୍କୁ ମିଳିଥିବା ପରିଲକ୍ଷିତ ହୋଇଛି ।

ଗ୍ରାମ ବାସୀଙ୍କ ଦ୍ଵାରା ଏକ ଲିଖିତ ହ୍ୟାଣ୍ଡ ନୋଟରେ ପୋଲିସ ପ୍ରଶାସନ ଓ କମ୍ପାନୀ କତୃପକ୍ଷଙ୍କ ଦସ୍ତଖତ ହେବା ପରେ କମ୍ପାନୀ କତୃପକ୍ଷ ଉପଜିଲ୍ଲାପାଳଙ୍କ ସହମତି କ୍ରମେ ତାଙ୍କ କାର୍ଯ୍ୟାଳୟରେ ସାମୁହିକ ଆଲଚନା କରାଯିବ ବୋଲି ଉଲ୍ଲେଖ କରିଥିଲେ ଏବଂ ଆଲଚନା ପାଇଁ ଆସନ୍ତା ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...