32.9 C
Balāngīr
Tuesday, May 20, 2025

ପ୍ରଶାସନ ନ ଶୁଣିବାରୁ ତେଲ ବ୍ରିଜ ର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୨୭/୦୪) : ଆ.ପ୍ର : ଦୀର୍ଘ ବର୍ଷ ରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର- ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜ ର (ଜାତୀୟ ରାଜପଥ ନମ୍ବର ୫୭ ରେ) ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ବ୍ରିଜ ର ଉଭୟ ପଟ ରେ ଅନେକ ଗାତ ହୋଇ ପଡିଛି lWhatsApp Image 2025 04 27 at 20.59.11 ପ୍ରଶାସନ ନ ଶୁଣିବାରୁ ତେଲ ବ୍ରିଜ ର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା

ଯା ଦ୍ବାରା କି ପଶ୍ଚିମ ଓଡ଼ିଶା ରୁ ପୂର୍ବ ଓଡ଼ିଶା କୁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଯାନ ବାହନ ଓ ସଧାରଣ ଲୋକ ବହୁ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି ଜଣା l ବୌଦ୍ଧ ଏନ୍ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ପବ୍ଲିକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହିଁ l ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ର ସ୍ବେଛାସେବୀ ତେଲ ବ୍ରିଜ ରେ ଥିବା ବଡ ବଡ ଖାଲ କୁ ଇଟା ପଥର ପକାଇ ପୋତିଛନ୍ତି l ଏହି ସମୟ ରେ କିଛି ସମୟ ରାସ୍ତା ରେ ଗାଡ଼ି ମଟର ଅଟକି ଯାଇ ଥିଲା ହେଲେ ଲୋକେ ବିରକ୍ତି ପ୍ରକାଶ ନ କରି ସ୍ବେଛାସେବୀ ଙ୍କୁ ପ୍ରଶଂସା କରି ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ଲଜ୍ଜା ବୋଲି ସମାଲୋଚନା କରିଥିଲେ l ଏହି ମହତ୍ କାର୍ଯ୍ଯ ରେ ରାସ୍ତା ରେ ଯିବା ଆସିବା କରୁଥିବା ଗୋଟାଏ ଜେସିପି ଗାଡି ଓ କିଛି ସାଧାରଣ ଲୋକ ବି ସହଯୋଗ ର ହାତ ବଢ଼ାଇଛନ୍ତି l

ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ପ୍ରହଲ୍ଲାଦ ମିଶ୍ର, କଳାକାହ୍ନୁ ଦାଶ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରମୋଦ ମହାଣା, ନାରାୟଣ ରଥ, ନିଲୁ ଖଣ୍ଡଗିରି, ରତନ ନାଗ ପ୍ରମୁଖ ସଙ୍ଗଠନ ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ୨୦୧୪ ମସିହା ରୁ ଏ ସଂଗଠନ ର କର୍ମକର୍ତ୍ତା ଏହି ତେଲ ବ୍ରିଜ ର ବାଲି ସଫେଇ, ପୋଲ ର ଖାଲ ପୋତିବା ସେବା କାମ କରି ଆସୁଛନ୍ତି l ଯାହାକି ଉଭୟ ଜିଲ୍ଲା ର ଲୋକେ ଓ ହଜାର ହଜାର ଯାତ୍ରୀ ଏ ସ୍ବେଛାସେବୀ ଙ୍କୁ ପ୍ରଶଂସା କରିଛନ୍ତି l

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...