32.9 C
Balāngīr
Tuesday, July 15, 2025

ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ, ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ହେବ ବ୍ୟବହାର

Must read

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୧) : ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ । ଡିଜିଟାଲ ଲକ ବ୍ୟବସ୍ତା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ ।

ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ମଧ୍ୟ ବ୍ୟବହାର ହେବ । ୧୮୩ଟି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବକ୍ସରେ ଲାଗିବ ଡିଜିଟାଲ ଲକର୍ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ । ଆଗାମୀ ଦିନରେ ଏହି ଡିଜି ଲକର୍ ବୋର୍ଡ ପରୀକ୍ଷାରେ ବ୍ୟବହାର ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ।

ଅନ୍ୟପଟେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏପରି ବଡ଼ ବ୍ୟବସ୍ଥା ହୋଇଛି । କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି ।

- Advertisement -spot_img

More articles

- Advertisement -spot_img

Latest article

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...