ସୁବର୍ଣ୍ଣପୁର, (୨୦/୦୫) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ସଭା ଗୃହ ରେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରାହିତ୍ୟ ରେ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା l
ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପ୍ରସ୍ତାବ ନାଏବ ସରପଞ୍ଚ କମଳିନୀ ମହାପାତ୍ର ଙ୍କ ସମର୍ଥନ ଓ ସମସ୍ତ ୱାର୍ଡ ମେମ୍ବର ଙ୍କ ସହମତି କ୍ରମେ ପଣ୍ଡିଆପାଲି, ରଥ ପୁର, ପଣ୍ଡାପାଲି, ଖେତିସାହି, କାନ ପୁର, ବିକଳପାଲି, ଦନ୍ତାପାଲି ନାଏକପାଲି, ଟିଠିପାଲି, କମଳ ପୁର, ଖମେଶ୍ବରୀପାଲି, ଗୌଡ଼ କେଲା, ରାଘୁନାଥପୁର, ଟାଙ୍ଗର ସାହି, ଗୁନିପଦା, ଉଫୁଲା, ଅଇଁଲା ପାଲି ପଡା ଓ ଗ୍ରାମ ନୂତନ ପ୍ରସ୍ତାବିତ ଵୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମିଶ୍ରଣ/ ସାମିଲ କରି ବାକୁ ସ୍ଥିରୀକୃତ ହୋଇ ଥିଲା l
୭୩ ତମ ସମ୍ବିଧାନ ସଂଶୋଧନ ଓ ୨୪୩ ଅନୁଚ୍ଛେଦ ସମ୍ପର୍କରେ ସରପଞ୍ଚ ଶ୍ରୀମତୀ କର୍ମୀ ଆଲୋକପାତ କରିଥିଲେ l ଆଲୋଚନାରେ ୱାର୍ଡ ମେମ୍ବର ଘାସିରାମ ବାଦୀ, ଗୌରହରୀ ସାହୁ, ଶିବାନୀ ସାହୁ, ମିନତୀ ଭୋଇ, ସୁଦାମ ଭୂଇ, ସୁନିତା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ପି ଇ ଓ ମିତାଞ୍ଜଳୀ ରଥଙ୍କୁ ପୂର୍ବତନ ପି ଇ ଓ ଦେଢ଼ ମାସ ହେବ ଉଫୁଲା ପଂଚାୟତ ରେ ଯୋଗଦେବା ଓ ଗୌର ଚନ୍ଦ୍ର ସାହୁ ପୂର୍ବତନ ପି ଇ ଓ ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତରଣ କରୁନଥିବାରୁ ପଂଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସମ୍ପର୍କରେ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇ ବୀରମହାରାଜପୁର ବି ଡ଼ି ଓ, ଉପଜିଲ୍ଲାପାଳ, ସୁବର୍ଣ୍ଣପୁର ସି ଡ଼ି ଓ, ଡ଼ି ପି ଓ ଏବଂ ଜିଲ୍ଲାପାଳ ଙ୍କୁ ଜଣାଇବାକୁ ସଭାରେ ସରପଞ୍ଚ, ପି ଇ ଓ, ନାଏବ ସରପଞ୍ଚ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l
ଭତ୍ତା ପ୍ରଦାନ ଛଡା ହରିଶ୍ଚନ୍ଦ୍ର ସମେତ ଅନ୍ୟ ସ୍କିମ ଅନୁଦାନ ଖର୍ଚ୍ଚ ହୋଇ ପାରୁନଥିବା ସମ୍ପର୍କରେ ସମସ୍ତ ୱାର୍ଡ ମେମ୍ବର ଉଦବେଗ ପ୍ରକାଶ କରି ପିଇବା ଜଳ ଯୋଗାଣ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସ୍ଥିରୀକୃତ ହୋଇଛି l ଆଗାମୀ ୨୪ ତାରିଖରେ ଗୌଡ଼କେଲା ଓ ଟାଙ୍ଗର ସାହି ପଥରଟାଙ୍ଗର ବାସୀ ଙ୍କ ପିଇବା ପାଣି ସମସ୍ୟା ସମାଧାନ ପାଇଁ ଉଫୁଲା ଗ୍ରାମ ପଂଚାୟତ ସଭାଗୃହ ରେ ଏକ ସ୍ୱତନ୍ତ୍ର ବୈଠକ ଗ୍ରାମବାସୀ ଓ ସରକାରୀ ବିଭାଗୀୟ କର୍ତୃପକ୍ଷ ଙ୍କ ଉପସ୍ଥିତ ରେ କରିବାକୁ ସ୍ଥିରୀକୃତ ହୋଇଛି l
ସାମାଜିକ ସୁରକ୍ଷା ଭତ୍ତା ଗାଁ ଗାଁ ରେ ବଣ୍ଟନ କରିବାକୁ ସରପଞ୍ଚ ଶ୍ରୀୟା କର୍ମୀ ପରାମର୍ଶ ଦେଇଛନ୍ତି l ଏହି ସଭାରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥ, ଏ ଡ଼ି ଇ ଓ ଅନନ୍ତ ରାମ ପୂଜାରୀ, ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଓ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଯୋଗ ଦେଇ ଥିଲେ l