32.9 C
Balāngīr
Thursday, June 12, 2025

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ଏହି ବୈଠକରେ ମାନ୍ୟବର ରାୟଗଡ, ବିଧାୟକ, ଶ୍ରୀଯୁକ୍ତ କାଡ୍ରାକ ଅlପ୍ପlଲସ୍ୱାମୀ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ନବୀନ ଚନ୍ଦ୍ର ନାଏକ, ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ,ସମସ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଗାମୀ ଦିନ ମାନଙ୍କରେ ସମ୍ଭlବ୍ୟ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ଉପରେ ଆଲୋଚନା କରିଥିଲେ l ମାନ୍ୟବର ବିଧାୟକ ନିଜର ବକ୍ତବ୍ୟରେ କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକଜୁଟ ହୋଇ ମୁକାବିଲା କରିବାକୁ ପଡିବ ସେଥି ପାଇଁ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l ପୌରନିର୍ବାହୀ ଅଧିକାରୀ ମାନେ ବସ୍ତି ଅଂଚଳ ଚିନ୍ନଟ କରି ସେମାନଙ୍କ ସୁରକ୍ଷା ନିମନ୍ତେ କାମ କରିବାକୁ କହିଥିଲେ l ମଶା ପ୍ରାଦୁର୍ଭାବକୁ ରୋକିବା ନିମନ୍ତେ ନିୟମିତ ଔଷଧ ଛିଞ୍ଚନ ଓ ଘଡଘଡି ଚଡଚଡ଼ିର ପ୍ରକୋପ ହ୍ରାସ ପାଇଁ ତାଳ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ ।543fd58c 0ffe 4b8e ac07 bfad0bdd289d ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଯଥା ନାଗାବଳି, ବଂଶଧାରାନଦୀଜଳ ପ୍ରବାହିତ ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ଦୁର୍ବଳ ନଦୀବନ୍ଧ ଗୁଡ଼ିକର ଚିହ୍ନଟ କରି ତୁରନ୍ତ ବର୍ଷା ଦିନ ପୂର୍ବରୁ ମରାମତି କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l ବିଡ଼ିଓ ତହସିଲଦାର ମାନେ ପ୍ରତ୍ୟକ ବ୍ଲକ ସ୍ତରରେ ପ୍ରସ୍ତୁତି ରହିବାକୁ ବୈଠକ କରିବେ ଏବଂ ଆସନ୍ତା ୩ଦିନ ମଧ୍ୟରେ ନିଜ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷର ନୋଡାଲ ଅଧିକାରୀ ଓ ଦୂରଭାଷା ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାକୁ ନିର୍ଦ୍ଧେଶ ଦେଲେ l ପାଣିପାଗ ସୂଚନା ନିୟମିତ ଭାବରେ ସମସ୍ତଙ୍କୁ ଅବଗତ କରିବେ ଯାହାଫଳରେ ସମସ୍ତେ ସତର୍କ ହେବ ବୋଲି ଜିଲ୍ଲାପାଳ କହିଥିଲେ l ବିପର୍ଯ୍ୟୟ ସମୟରେ ଖବର ଯୋଗାଯୋଗ ସ୍ଥାପନ ନିମନ୍ତେ ପୋଲିସ ଓ ଟେଲିଫୋନ ବିଭାଗକୁ ଅସ୍ଥାୟୀ ବେତାର ଵ୍ୟଵସ୍ଥା କରିବl ପାଇଁ କୁହାଯlଇଛି l ବନ୍ୟା ସମୟରେ ନଦୀ ଘାଟରେ ଯାତାୟାତ ନିମନ୍ତେ ଡ଼ଙ୍ଗା ବ୍ୟବସ୍ଥା କରିବାକୁ ବନ୍ୟା ପ୍ରବଣ ବ୍ଲକ ବିଡ଼ିଓ, ତହସିଲଦାର ମlନଙ୍କୁ ନିର୍ଦ୍ଧେଶ ଦିଆଯାଇଛି l

ବନ୍ୟା ପ୍ରବଣ ଅଂଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ,ଚୂଡ଼ା,ଗୁଡ,ବିସ୍କୁଟ, ମହମବତୀ,କିରାସିନି ଆଦି ଶୁଖିଲା ଖାଦ୍ୟ ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ଏହି ସମୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ଓ ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଦୁର୍ଘମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ,ସାପକାମୁଡା ନିରକରଣ ଇଂଜେକସନ , ଓଆରଏସ , ହେଲୋଜେନ , ବ୍ଲିଚିଂ ପାଉଡର, କ୍ଲୋରିନ ବଟିକା ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇଛନ୍ତି l ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି l ମେଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବର୍ଷାଦିନ ପୂର୍ବରୁ ନାଲନର୍ଦ୍ଦମା ଗୁଡିକର ସଫାସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ କୁହାଯାଇଛି l ବନ୍ୟା ବାତ୍ୟା ସମୟରେ ଚାଷୀମାନଙ୍କୁ ଆଗୁଆ ସତର୍କ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲାପାଳ କହିଥିଲେ l ବlତ୍ୟା ଆଶ୍ରୟ ସ୍ଥଳି,ବlତ୍ୟା ସମୟରେ ବ୍ୟବହାର ନିମନ୍ତେ ଚିହ୍ନଟ କରାଯାଇ ବିଦ୍ୟାଳୟ ଗୁଡିକର ପ୍ରସ୍ତୁତ ରଖିବାକୁ ନିର୍ବାହୀ ଅଧିକାରୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ସେହି ଆଶ୍ରୟସ୍ଥଳୀର ଦାୟିତ୍ବସମ୍ପନ୍ନ ଲୋକଙ୍କ ଯୋଗାଯୋଗ ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷାମାପ ଯନ୍ତ୍ର ସାହାଯ୍ୟରେ ବର୍ଷାର ସଠିକ ମାପ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ କହିଥିଲେ l

https://wp.me/p9godx-kBx

ବର୍ଷାଦିନ ପୂର୍ବରୁ ରାସ୍ତା ଘାଟ, ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଗୁଡ଼ିକର ମରାମତି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବନ୍ୟl ବାତ୍ୟା ମୁକାବିଲା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି, ଡ଼ଙ୍ଗା ସହ ପ୍ରସ୍ତୁତି ରହିବାକୁ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭlଗକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l ଏହା ସହିତ ଜିଲ୍ଲାପାଳ ମହୋଦୟା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ମୃତ୍ୟୁପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଠିକ ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଲେ ଯାହାଦ୍ୱାରା ମୃତବ୍ୟକ୍ତିଙ୍କ ପରିବାର ଖୁବଶୀଘ୍ର ସହାୟତା ରାଶି ସରକାରଙ୍କ ତରଫରୁ ପାଇପାରିବେ । ଏହି ବୈଠକରେ ବିଭିନ୍ନ ବ୍ଲକର ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...