କୋରାପୁଟ,୦୨/୦୪-ଆପ୍ର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୁଲିସ୍ ପ୍ରାଣୀ ନିଷ୍ଠୁରତା ଆଇନ୍ ବଳରେ ୯ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଛି ।ଏଥି ସହ ୧୬ଟି ଗୋରୁ,୧୨ଟି ବାଇକ୍ ଓ ଗୋଟିଏ ଆର୍ଟିକା କାର୍ ଜବତ ହୋଇଥିବା ଜଣାପଡିଛି ।
ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ର ମୁଦୁଲି, ତ୍ରିପତି ନାଗ, ଇଶ୍ଵର କାଡ୍ରାକା,ଦେବାସନ୍ ମାଛ, ଲାଇବନ ହରିଜନ, ଡମ୍ବୁ ହରିଜନ,ପଦଲାମ ହରିଜନ, ଉର୍ଦ୍ଧବ ଜାନୀ ଏବଂ ଗୋବିନ୍ଦ ହରିଜନ । ବୋରିଗୁମ୍ମା ଥାନା କେସ୍ ନଂ ୬୩/୨୫,ତା.୩୧/୦୩/୨୫, ଅନୁସାରେ ମାମଲା ରୁଜୁ କରା ଯାଇଛି ତଥା ଭାରତୀୟ ନ୍ୟାୟବିଧି ସଂହିତାର ଧାରା ୩୦୩(୨)/୩୧୭(୨)/୩(୫), ପ୍ରାଣୀ ନିଷ୍ଠୁରତା ଆଇନ୍ r.w ଧାରା ୧୧(୧)(a)(e)(i) ତଥା ଓଡ଼ିଶା ଗୋହତ୍ୟା ନିରୋଧ ଆଇନ୍ ର ଧାରା ୩ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିବା ଜଣା ପଡିଛି ।
ପ୍ରକାଶ ଥାଉ କି, ବୋରିଗୁମ୍ମା ଥାନା ନିକଟ ଦେଇ ପ୍ରତି ଦିନ ଶହ ଶହ ଅବାଧ ଅବୈଧ ଗୋରୁ ଚାଲାଣ ଜାରି ରହିଛି ।ଦୀର୍ଘ ଦିନ ପରେ ପୁଲିସ୍ ସକ୍ରିୟ ହେବା ଦେଖା ଦେଇଛି ।ସୋମବାର ସନ୍ଧ୍ୟାରେ ଫୁଫୁ ଗାଁ ସିଆଡିମାଳ ନିକଟରେ ଚାଲିଥିବା ବେଆଇନ୍ ଗୋରୁ ହାଟ ଉପରେ ବୋରିଗୁମ୍ମା ଏସ୍.ଡି.ପି.ଓ.ଙ୍କ ତତ୍ତ୍ଵାବଧାନରେ ଚଢ଼ାଉ କରାଯାଇଥିଲା ।ଏନେଇ ବୋରିଗୁମ୍ମା ଥାନା ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଜବତ ଗୋରୁ ମାନଙ୍କୁ ଆଉଁଳି ସ୍ଥିତ ଗୋଶାଳାରେ ରଖା ଯାଇଛି।ଏସ.ଆଇ. ରଚିତା ମାଡକାମୀ ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ହୋଇଥିବା ଜଣା ପଡ଼ିଛି ।
ତେବେ ଏପରି ଚଢ଼ାଉ ନିରନ୍ତର ଜାରି ରହିଲେ ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନ ସାକାର ହେବ ବୋଲି ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।କାରଣ ମହାତ୍ମା ଗାନ୍ଧୀ ଚାହୁଁଥିଲେ ଦେଶ ସ୍ଵାଧୀନ ହେବା ପର ଦିନ ହିଁ ଗୋହତ୍ୟା, ଇଂରେଜୀ ଭାଷା ତଥା ନିଶା କାରକାର ବନ୍ଦ ହେବା ଉଚିତ ।