32.9 C
Balāngīr
Saturday, April 26, 2025

ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟାଳୟରେ ମାସ ମାସ ଧରି ଖୋଲୁନି ତାଲା, ଆପାର କାର୍ଡ଼ରୁ ବଞ୍ଚିତ ଛାତ୍ରୀଛାତ୍ର

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ରବି ଶଙ୍କର ମହାପାତ୍ର //
କୋରାପୁଟ,୧୨/୧୨): ଗତ ପ୍ରାୟ ୩ ମାସ ରୁ ଉର୍ଦ୍ଧ୍ଵ ସମୟ ଧରି ବୋରିଗୁମ୍ମା ବ୍ଲକ୍ ଝିଲିମିଲି ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଲା ଝୁଲୁଛି ।ବନ୍ଦ ଥିବା ଏହି କାର୍ଯ୍ୟାଳୟ ଗୃହରେ ପିଲାଙ୍କ ନୂଆ ଓ ପୁରୁଣା ଉପସ୍ଥାନ ବହି ସମେତ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ନଥି ପତ୍ର ରହିଛି ।

ସେହି ନଥିପତ୍ରରୁ ପିଲାଙ୍କ ଜନ୍ମ ତାରିଖ ଓ ଅନ୍ୟାନ୍ୟ ତଥ୍ୟ ବାହାର କରି ଛାତ୍ରୀଛାତ୍ରଙ୍କ ଆପାର ଆଇଡି ଖୋଲିବା ଆବଶ୍ୟକ ଥିବା ବେଳେ ତଥା ସରକାର ବର୍ତ୍ତମାନ ଏହି ପ୍ରକ୍ରିୟା ଜାରି ରରଥିବା ବେଳେ କାର୍ଯ୍ୟାଳୟ ବନ୍ଦ ରହିବା ଦ୍ୱାରା ଏ ସବୁ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି।ଏହି କାର୍ଯ୍ୟାଳୟର ତାଲା ଦୀର୍ଘ ଦିନ ଧରି ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ପାଖରେ ଥିବା ସୂଚନା ମିଳିଛି ।ଶିକ୍ଷୟିତ୍ରୀଙ୍କ ମାମଲା ଉଚ୍ଚ ଅଦାଲତରେ ଫଇସଲା ହୋଇ ଅଦାଲତ ଆଦେଶର ପ୍ରମାଣିକୃତ ନକଲ ଇତି ମଧ୍ୟରେ ଶିକ୍ଷୟିତ୍ରୀଙ୍କ ତରଫରୁ ବୋରିଗୁମ୍ମା ବି.ଇ.ଓ. ତଥା କୋରାପୁଟ ଡ଼ି.ଇ.ଓ.ଙ୍କ ଠାରେ ଦାଖଲ କରାଯାଇଥିବା ଜଣାପଡ଼ିଛି ।କିନ୍ତୁ ଅଦାଲତ ତରଫରୁ ସିଧାସଳଖ ଆଦେଶର ନକଲ ବି.ଇ.ଓ କାର୍ଯ୍ୟାଳୟକୁ ଆସି ନ ଥିବା କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି ।ଏଥି ପୂର୍ବରୁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ତଥା ଅନ୍ୟ କିଛି ବିଷୟ ନେଇ ଶିକ୍ଷୟିତ୍ରୀ ଓ ପାଚିକା ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମାମଲା ଶିକ୍ଷୟିତ୍ରୀଙ୍କ ତରଫରୁ ଥାନାରେ ଅଭିଯୋଗ ଓ ପରେ ବୁଝାମଣା ହୋଇଥିବା ଜଣାପଡ଼ିଛି ।

ମିଳିଥିବା ପ୍ରତିକ୍ରିୟା ଅନୁସାରେ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା କୌଣସି ସମାଧାନ ହୋଇପାରିଲା ନାହିଁ,ଏପରିକି ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ବିଦ୍ୟାଳୟ ମାତ୍ର ୨ କି.ମି.ଦୂରରେ ଥିବା ସତ୍ତ୍ଵେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିବାର କୌଣସି ଉପକ୍ରମ କଲେ ନାହିଁ । ଏଥିପାଇଁ ଶିକ୍ଷୟିତ୍ରୀ ଜଣକ ବାଧ୍ଯ ହୋଇ ଥାନାକୁ ଯାଇଥିବା ପ୍ରକାଶ କରିଛନ୍ତି । ଶିକ୍ଷୟିତ୍ରିଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଅନୁସାରେ ଶିଷୟିତ୍ରିଙ୍କୁ ସନ୍ଧ୍ୟା.୪.୪୫ ମିନିଟ ସମୟରେ କାର୍ଯ୍ୟାଳୟକୁ ଡାକି ଆଦେଶ ଦେବା ସହ ଡାକ୍ତରୀ ରିପୋର୍ଟ ଦେବା ସତ୍ତ୍ଵେ ଜଣେ ମହିଳା କର୍ମଚାରୀଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାୟ ୨୫ କିଲୋମିଟର ଦୂର କୁମୁଲି ସ୍ଥାନାନ୍ତର କରାଯାଇଥିବା, ଶିକ୍ଷୟିତ୍ରୀଙ୍କ ଲିଖିତ ଅନୁରୋଧର ପ୍ରାପ୍ତି ସ୍ୱୀକୃତି ଦେବାକୁ ମନା କରିବା ସହ ଡାକଦ୍ଵାରା ପଠାଇବାକୁ କହିଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଡାକ ଦ୍ୱାରା ପ୍ରାପ୍ତ ଚିଠିକୁ ମଧ୍ୟ ବି.ଇ. ଓ.ଙ୍କ କାର୍ଯ୍ୟାଳୟ ଫେରାଇ ଆଦେବା ବିରୁଦ୍ଧରେ ତଥା ତା.୦୨/୦୯ /୨୦୨୪ ତାରିଖର ବି.ଇ.ଓ. ଙ୍କ ଆଦେଶ ଏବଂ ତା. ୦୩/୧୦/୨୪ ତାରିଖର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସଂପୃକ୍ତ ଶିକ୍ଷୟିତ୍ରୀ ମାନ୍ୟବର ଉଚ୍ଚ ଅଦାଲତରେ Wp(C) ନଂ ୨୯୨୨୯/୨୦୨୪ ମାମଲା ରୁଜ୍ଜୁ କରିଥିଲେ ।ଏହାର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ତା.୨୭/୧୧/୨୦୨୪ ରିଖରେ ମାମଲାର ଶୁଣାଣି କରି ଶିକ୍ଷୟିତ୍ରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ୮ ନମ୍ବର ସଂଲଗ୍ନକକୁ ବିଚାର କରିବାକୁ ତଥା ସେ ପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଦେଶ କରିଛନ୍ତି ।

ତେବେ ଇତିମଧ୍ୟରେ ଚିଠି ସଂଖ୍ୟା ୨୨୦୭ ତା.୧୮/୧୧/୨୪ ଦ୍ୱାରା ବୋରିଗୁମ୍ମା ବି.ଇ.ଓ. ସଚ୍ଚିନ୍ କୁମାର ମଲିକ ତାଲା ଭାଙ୍ଗିବା ପାଇଁ ଜୟପୁର ଉପ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡିଛି ।ତେବେ ଖବର ସଂଗ୍ରହ ସମୟ ସୁଦ୍ଧା କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ପିଲାଙ୍କ ଆପାର କାର୍ଡ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଛି ।ତେବେ ଶିକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...