ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ।
ମୃତ ଯୁବକ ଉକ୍ତ ଅଂଚଳର ରାହୁଲ ଗୋଛାୟତ ବୋଲି ଜଣ ପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏପରିକି ଏହି ଘଟଣା ବାବଦରେ ପରିବାର ଲୋକଙ୍କୁ ଅଧିକ ପଚରାଉଚରା ମଧ୍ୟ କରୁଛି । ସୂଚନା ମୁତାବକ,ସୋମବାର ବିଳମ୍ବିତ ରାତିରେ ରାହୁଲ ଘର ଲୋକଙ୍କ ସହ ଖାଇପିଇ ଶୋଇବାକୁ ନିଜ ରୁମକୁ ଯାଇଥିଲେ। ସକାଳ ହେବାରୁ ରାହୁଲଙ୍କ ମାଆ ରାହୁଲଙ୍କୁ ଡାକିଥିଲେ ହେଲେ ସେ କିଛି ଉତ୍ତର ଦେଇନଥିଲେ ।
ପରିବାର ଲୋକେ କବାଟ ବାଡେଇ ଥିଲେ ମଧ୍ୟ କୌଣସି ଜବାବ ନ ମିଳିବାରୁ କବାଟ ଭାଙ୍ଗି ଥିଲେ । ଏହାପରେ ରାହୁଲଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ଏହି ଘଟଣାକୁ ନେଇ ତୁରନ୍ତ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।