32.9 C
Balāngīr
Wednesday, April 30, 2025

ଫାଇନାନ୍ସ ଅଫିସ୍‌ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୩/୦୧) : ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ । ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ।

ଏପରି ଏକ ବଡ଼ ଧରଣର ଲୁଟ୍‌ ଆଜି ସକାଳେ ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳରେ ଥିବା ମଣିପୁରମ ଫାଇନାନ୍ସ ଲିମିଟେଡ କାର୍ଯ୍ୟାଳୟରୁ ହୋଇଛି । ଆଜି ସକାଳ ୧୦ଟା ବେଳେ ମଣିପୁରମ ଫାଇନାନ୍ସ କାର୍ଯ୍ୟାଳୟ ଖୋଲିଥିଲା । ଅଫିସ ମଧ୍ୟରେ ସମୁଦାୟ ୩ କର୍ମଚାରୀ ଥିଲେ । କିଛି ସମୟ ମଧ୍ୟରେ ହଠାତ୍‌ ପ୍ରାୟ ୭ରୁ ୮ ଜଣ ଯୁବକ କାର୍ଯ୍ୟାଳୟରେ ପଶିଥିଲେ । ସେମାନେ ହେଲମେଟ୍‌ ପିନ୍ଧିଥିବା ବେଳେ ବନ୍ଧୁକ ଦେଖାଇ ଅଫିସ ଲକରରେ ଥିବା ସମସ୍ତ ସୁନାଗହଣା ଓ କାଉଣ୍ଟରରେ ଥିବା କ୍ୟାସ୍‌ ଦେବାକୁ କହିଥିଲେ ।

ପ୍ରଥମେ କର୍ମଚାରୀମାନେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେଣୁ କର୍ମଚାରୀମାନେ ଭୟଭୀତ ହୋଇ ଲକର ଖୋଲି ଦେଇଥିଲେ । ଫଳରେ ଦୁର୍ବୃତ୍ତମାନେ ଲକରରେ ଥିବା ପ୍ରାୟ ୩୦ କେଜିରୁ ଅଧିକ ସୁନା ଓ ନଗଦ ୩ ଲକ୍ଷ ଟଙ୍କା ନେଇ ବାଇକ୍‌ ଯୋଗେ ଅଇଁଠାପାଲି ଅଭିମୁଖେ ପଳାଇଥିଲେ । ଖବର ପାଇ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ତୁରନ୍ତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ସମୀକ୍ଷା କରିଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସ୍‌ଡିପିଓ କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...