ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୭/୦୨) : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁ’ରେ ଜଣେ ବିବାହିତ ମହିଳା ଙ୍କ ମୃତ୍ୟୁ ଘଟିଛି ।
ଫାଇଲେରିଆ ବଟିକା ଖାଇ ମହିଳା ଙ୍କ ମୃତ୍ୟୁ ଅଭିଯୋଗ । ମୃତ ମହିଳା ଜଣକ ହେଲେ ସେହିଗାଁର ଅଞ୍ଜଳି ନାଏକ, ଗତକାଲି ଫାଇଲେରିଆ ବଟିକା ଖାଇବା ଦ୍ୱାରା ମହିଳା ଜଣକ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଗତକାଲି ସକାଳ ସମୟରେ ଗାଁ’ର ଅଙ୍ଗନବାଡି କର୍ମୀ ବଟିକା ଦେଇଥିଲେ । ୭ଟି ବଟିକା ଏକା ସଙ୍ଗେ ଖାଇବା ପରେ ମହିଳା ଙ୍କୁ ବାନ୍ତି ସହ ମୁଣ୍ଡ ବୁଲାଇଥିଲେ । ପରେ ପରିବାର ଲୋକ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଚିକିତ୍ସା କରିବାରୁ ଆଜି ସକାଳ ସମୟରେ ମହିଳା ଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକ ଙ୍କ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରୁଛି ।