ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଫାଇଲେରିଆ ରୋଗ ନିରାକରଣ ଅଭିଯାନ ସଚେତନତା ଉପଲକ୍ଷେ ଏକ ଲୋକ ନାଚ ର ଆୟୋଜନ କରାଯାଇଥିଲା ।
ଫାଇଲେରିଆ ରୋଗ ର ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟିତ ଏହି ଲୋକ ନାଚ କୁ ବିନିକା, କଇଁତରା ର ମା କର୍ମସାନୀ ସଂଘର କଳାକାର ତଥା ଗାୟକ ସର୍ବଶ୍ରୀ ରସିକ ସାହୁ, ଭଜମାନା ସାହୁ, ସୁରେଶ ବଗର୍ତ୍ତୀ, ଦେବାର୍ଚନ ବାଘ ଓ ବାୟକ ଜପ ବାଘ ଫାଇଲେରିଆ ରୋଗ ର କାରଣ, ଲକ୍ଷଣ, ପ୍ରତିକାର ଓ ଔଷଧ ସେବନ ଵିଧି ଉପରେ ସୁନ୍ଦର ପରିବେଷଣ କରିଥିଲେ । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଉପଲକ୍ଷେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅସ୍ଥାୟୀ ସାମୂହିକ ଔଷଧ ସେବନ କେନ୍ଦ୍ର ଅଧିକ୍ଷକ ଡା. ସତ୍ୟନାରାୟଣ ପାଣିଗ୍ରାହୀ ଫିତା କାଟି ଉଦଘାଟନ କରିଥିଲେ ।
ଏହି କେନ୍ଦ୍ରରେ ଡାକ୍ତର ଖାନାକୁ ଆସୁଥିବା ଯୋଗ୍ୟ ସାଧାରଣ ଲୋକ ଫାଇଲେରୋର ଔଷଧ ଖଇ ପାରିବେ । ଡା ପାଣିଗ୍ରାହୀ ପ୍ରଥମେ ଫାଇଲେରିଆ ଔଷଧ ଖାଇ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିବା ବେଳେ ଭେକ୍ଟର ବାହିତରୋଗ ପରିଦର୍ଶକ ଅଜିତ ହୋତା ଓ ସ୍ୱାସ୍ଥ୍ୟ ପରିଦର୍ଶକ ବିରଞ୍ଚି ନାରାୟଣ ମେହେର ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ବିଭାଗୀୟ କର୍ମଚାରୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।
ସେହିପରି ଏହି ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଫ୍ୟାଲେରିଆ ରୋଗ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ର ଆୟୁଷ ଡ଼ାକ୍ତର ମାତାଗିନୀ ମହନ୍ତ ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର ଶୁଭାରମ୍ଭ କରିଥିଲେ l ଫ୍ୟାଲେରିଆ ରୋଗ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଠାରୁ (୧୦ ତାରିଖ ରୁ ୧୯ ତାରିଖ ଯାଏଁ ) ସୋନପୁର ବ୍ଳକର ଗ୍ରାମକୁ ଗ୍ରାମ ଏହି ରଥ ବୁଲିବ । ଏହା ବ୍ୟତୀତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟ କାନ୍ଥରେ ବାର୍ତ୍ତା, ଗୃପ ମିଟିଂ ଆଦି ଆୟୋଜନ କରାଯାଇ ସଚ଼େତନ କରାଯିବା ପାଇଁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି ।
ଏହା ବ୍ୟତୀତ ବିଭିନ୍ନ ଯୋଗାଯୋଗ ଉପକରଣ ବ୍ୟବହାର କରି ଗ୍ରାମ ମାନଙ୍କରେ ସଭାମାନ ଆୟୋଜନ କରି ଲୋକମାନଙ୍କୁ ସାମୁହିକ ଫ୍ୟାଲେରିଆ ଔଷଧ ସେବନ କରିବା ପାଇଁ ଏହି ସଚେତନତା ର ମୂଳଉଦେଶ୍ୟ l କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ପ୍ରିୟରଞ୍ଜନ ସାହୁ, ବିଡ଼ିଏମ ରିଙ୍କୁ ପଧାନ, ଏମ ଆରଏ ସୁଶାନ୍ତ ନାଏକ, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ l