32.9 C
Balāngīr
Saturday, April 26, 2025

ଫାଷ୍ଟ ଫୁଡ ଖାଇଲେ, ଟଙ୍କା ମାଗିବାରୁ ଛୁରୀ ଭୁଷିଲେ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୧/୦୧) : ଫାଷ୍ଟ ଫୁଡ ଖାଇଲେ । ମାତ୍ର ମାଗିବାରୁ ଟଙ୍କା ନ ଦେଇ ଦେଖାଇଲେ ନାଲି ଆଖି। ଏପରିକି ଛୁରୀ ଦେଖାଇ ଦାଦା ବଟି ମାଗିଲେ । ଦାଦା ବଟି ନ ମିଳିବାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ଘାଇଲା କଲେ ।

ଏପରି ଏକ ନାରକୀୟ କାଣ୍ଡ ଗତ ସନ୍ଧ୍ୟାରେ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ଘଟିଛି । ଗତ ସନ୍ଧ୍ୟାରେ ୪ ଯୁବକ ଦୁଇଟି ବାଇକ୍‌ ଯୋଗେ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ । ଏକ ଦୋକାନରୁ ସେମାନେ ଫାଷ୍ଟ ଫୁଡ ଖାଇଥିଲେ। ମାତ୍ର ଦୋକାନୀ ଟଙ୍କା ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ଟଙ୍କା ନ ଦେଇ ସେମାନେ ଧମକଚମକ ଦେବା ସହ ଦାଦା ବାଟି ମାଗିବାକୁ ପଛାଇଲେ ନାହିଁ ।

ଏହାକୁ ନେଇ ଦୋକାନୀ ଓ ତାଙ୍କ ଭାଇଙ୍କ ସହ ୪ ଯୁବକଙ୍କ ଉଚ୍ଚବାଚ ହେଲା । ଫଳରେ ୪ ଦୁର୍ବୃତ୍ତ ଛୁରୀ ବାହାର କରି ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁଇ ଭାଇଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟମାନେ ଦୌଡ଼ି ଆସିବାରୁ ଦୁଇ ଜଣ ଖସି ପଳାଇଛନ୍ତି । ଆଉ ଦୁଇ ଜଣଙ୍କୁ କାବୁ କରି ସେମାନେ ପୁଲିସ୍‌ ଜିମା ଦେଇଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଆଉ ଦୁଇ ଯୁବକଙ୍କୁ ଖୋଜୁଛି । ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...