32.9 C
Balāngīr
Wednesday, April 30, 2025

ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ : କୃଷ୍ଣଙ୍କ ହାତରେ ବଛାସୁର ର ନିଧନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର, (୧୧/୧୨): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଫୁଲମୁଠୀ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ଆଜି ପଞ୍ଚମ ରଜନୀରେ କଂସ ପ୍ରେରିତ ବଚ୍ଛାସୁରକୁ ଭଗବାନ କୃଷ୍ଣ ଜୀବନରୁ ମାରି ଦେଇଥିଲେ ।

ଏହି ଖବର ଜାଣି ମଥୁରା ନରେଶ ମହାରାଜ କଂସ ଜର୍ଜରିତ ହୋଇ ପୂର୍ବରୁ ହୋଇଥିବା ଦୈବବାଣୀ ସତ୍ୟରେ ପରିଣତ ହେବ କି ବୋଲି ବିକଟାଳ ଶଦ୍ଧ କରି ଗର୍ଜନ କରିଛନ୍ତି ।ମହାରାଜାଙ୍କ ମନକୁ ଶାନ୍ତ କରିବାକୁ ଯାଇ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦରବାରରେ କଳାକାର ମାନଙ୍କ ଦ୍ବାରା ନାଚ ଗୀତ ପରିବେଷଣ ହୋଇଥିଲା । ଯାହାକୁ ମଥୁରା ନଗରୀବାସୀ ମନଭରି ଉପଭୋଗ କରିଥିଲେ । ଗତକାଲି କଂସ ପ୍ରେରିତ ପୂତୁନା ରାକ୍ଷାଶୁଣୀର ସ୍ତନରୁ କ୍ଷୀର ଶୋଷିନେଇ କୃଷ୍ଣ ତାଙ୍କୁ ମାରିଦେଇଥିଲେ ।f017020e b84f 413a b739 d6cd3a801672 ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ : କୃଷ୍ଣଙ୍କ ହାତରେ ବଛାସୁର ର ନିଧନ

ଫଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏପରି ଦୁଃଶସାହାସିକତା ପ୍ରଦର୍ଶନକୁ ଦେଖି ସାରା ଗୋପପୁର ବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳିଯିବା ସହ କୃଷ୍ଣ ବଳରାମଙ୍କୁ ନେଇ ଉତ୍ସବ ମନାଇବା ଆଦି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା ।ସେହିପରି ମଥୁରା ନଗରୀ ମହୁଲଟିକିରା ପଡିଆ ଠାରେ ମହାରାଜ କଂସଙ୍କ ରାଜଦରବାରକୁ ବିନିକା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ରାଜକୀୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ ।ଏହି ଅବସରରେ କମିଟିର ବରିଷ୍ଟ ସଦସ୍ୟ ପ୍ରମୋଦ କୁମାର ଦାଶ, ମନୋଜ ଦାଶ,କମିଟି ସଭାପତି ଆନନ୍ଦ ହୋତା,ନୀଳାମ୍ବର ସାହୁ ପ୍ରମୁଖ ଦରବାରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ମୁକ୍ତାକାଶ ମଞ୍ଚରେ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...