ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲୋଇସିଂହା, (୦୪/୦୧) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମନହୀରା ନିକଟସ୍ଥ ବଘାପାଲି ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ଜଣାଯାଇଛି ।
ମା ହାତୀ ସମେତ ଛୋଟ ହାତୀ ଛୁଆ ଏହି ପଲରେ ଥିବା ଜଣାପଡ଼ିଛି । ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଚେଷ୍ଟା କରି ଜଙ୍ଗଲ ବିଭାଗ ନାକେଦମ ହୋଇ ସାରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ତେବେ ସେମାନଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୧୦ଟା ସୁଦ୍ଧା ହାତୀପଲ ମନହିରା – ବଘାପାଲି ନିକଟରେ ଥିବା ଜଣାଯାଇଛି ।