32.9 C
Balāngīr
Wednesday, April 30, 2025

ବଜ୍ରକାପ୍ତା ଉଦ୍ଧାର, ୫ ଗିରଫ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଟିଟିଲାଗଡ଼, (୨୩/୧୨) : ଟିଟଲାଗଡ ବନ ବିଭାଗକୁ ମିଳିଛି ବଡ ସଫଳତା । ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରିବା ସମୟରେ ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ ବେପାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ମାଲପଡା ଗାଁ’ର ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି ପାଇଁ ଯୋଜନା କରିଥିଲେ । ଏନେଇ ମଧ୍ୟସ୍ଥ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ୱର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନେଶ୍ୱର ମହାନନ୍ଦ, ଖରିଆର ଥାନା ବାଙ୍କପୁର ଗାଁ’ର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତାକୁ ୩୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ । ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜିବର୍ଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ଆହତ ବଜ୍ରକାପ୍ତାର ଚିକିତ୍ସା ପାଇଁ ବଲାଙ୍ଗିର ପଠାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତ, ତିନି ମଧ୍ୟସ୍ଥଙ୍କ ସମେତ ମୋଟ ୫ ଜଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗିରଫ ସହ ସଇଁତଲା କୋର୍ଟ ଚାଲାଣ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...