ସୁବର୍ଣ୍ଣପୁର, (୨୯/୦୫) : ଆ.ପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ପଞ୍ଚାୟତ କମିରା ଗ୍ରାମରେ ବଜ୍ରପାତରେ ଜଣେ ଚାଷୀ ଙ୍କ ମୃତ୍ୟୁ ଘଟିଛି l
ମୃତକ ଜଣକ ହେଲେ ଡୋଳାମଣି ପଧାନ (୬୫) l ସୁଚନା ଅନୁସାରେ ମୃତ ଡୋଳାମଣି ଅପରାହ୍ନ ରେ ଚାଷ ଜମି କୁ ଯାଉଥିବା ସମୟରେ ବଜ୍ରାପାତ ହେବାରୁ ସେ ଅତି ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ଡାକ୍ତର ଦେଖିବା ମାତ୍ରେ ଡୋଳାମଣି କୁ ମୃତ ଘୋଷଣା କରିଥିଲେ । ବିନିକା ପୁଲିସ ଡ଼ାକ୍ତରଖାନାକୁ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।