ଜଳେଶ୍ୱର, (୩୧/୦୫) : ଆପ୍ର. : ବାଲେଶ୍ଵର ଜିଲ୍ଲା ଖଇରା ଥାନା ପତିରାଜପୁରରୁ ହାଟ ସାରି ସାଇକେଲରେ ଘରକୁ ଫେରୁଥିବାବେଳେ ଵଜ୍ରାଘାତ ରେ ବୃଦ୍ଧଙ୍କ ର ମୃତ୍ୟୁ ଘଟିଛି ।
ଅରଖପୂର ଗ୍ରାମର ଲ଼ଖମଣ ବେହେରା (୭୫) ଘରକୁ ଫେରୁଥିଲେ । ହଠାତ୍ ଵଜ୍ରାଘାତ ଘଟିବାରୁ କଣ୍ଟାଵଣିଆ ନିକଟରେ ସାଇକେଲରୁ ତଳକୁ ପଡ଼ିଯାଇଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଖଇରା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ହାଟରେ ପରିବା ବିକ୍ରି କରିଥାନ୍ତି ।