ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କର୍ଲେ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଧାନ ପଡି ରହିଥିବା ବେଲେ ମିଲର୍ସ ମଣ୍ଡି ରୁ ଧାନ ଉଠାଉ ନ ଥିବାରୁ ତାର ପ୍ରତିବାଦ ରେ ପ୍ୟାକ୍ସ ପରିସର ଭୁକ୍ତ ବିଭିନ୍ନ ଗ୍ରାମର ଚାଷୀ ମାନେ ଗତକାଲି ରାମପୁର ।
ତହସିଲଦାର ବିମଳ କିଶୋର ପାତ୍ର ଙ୍କୁ ଦାବୀପତ୍ର ଦେବା ସହ ଆଜି ରାମପୁର – ଡୁଙ୍ଗୁରିପାଲି ରାସ୍ତା ର ପଣ୍ଡକୀଟlଲ ଛକ (କେନାଲ ବ୍ରିଜ) ଠାରେ ଧାନ ସହ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖ ରୁ ମଣ୍ଡି ଖୋଲିଥିବା ବେଳେ ଆଜି ପର୍ଯ୍ୟନ୍ତ ମଣ୍ଡି ରେ ୩୭ ଜଣ ଚାଷୀଙ୍କ ୪୧୨୧ପାକେଟ ଧାନ ପଡ଼ିରହିଛି । ଧାନ ନେବାକୁ ମିଲର୍ସ ନ ଆସିବାରୁ ଶତାଧିକ ଚାଷୀ ଆଜି ସକାଳ ୭ ଟା ରୁ ଧନବସ୍ତା ରଖି ଡୁଙ୍ଗୁରିପାଲି – ରାମପୁର ରାସ୍ତାର ପଣ୍ଡକିଟାଳ କେନାଲ ବ୍ରିଜ ଛକରେ ଆନ୍ଦୋଳନ କରିଥିଲେ । ଫଳରେ ରାସ୍ତାର ଉଦ୍ଭୟ ପାର୍ଶ୍ଵରେ ଗାଡିମଟର ଜମା ହୋଇ ରହିବା ସହ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଖବରପାଇ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ବିଭିନ୍ନ ଅଧିକାରୀ ଙ୍କ ସହ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀ ବିନା କଟନୀ ଛଟନି ଧାନ ଉଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସରକାର ଙ୍କ ନିୟମ ଅନୁସାରେ ବିନା କଟନି ଝଟନି ରେ ଏଫ୍ଏକ୍ୟୁ ମାନର ଧାନ ନେବାକୁ କହିଥିଲେ । ଏଥିରେ ଚାଷୀ ମାନଙ୍କ ମଧ୍ୟରେ ହୋ ହାଲ୍ଲl ସୃଷ୍ଟି ହୋଇ ସମାଧାନ ହୋଇପାରି ନ ଥିଲା ।