ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୩) : ମଙ୍ଗଳବାର ଦିନ ମହାଆଡ଼ମ୍ବରରେ ସ୍କୁଲ ପରିସର ମଧ୍ୟରେ ପାଳିତ ହୋଇଯାଇଛି ବାର୍ଷିକ ଉତ୍ସବ ।
ରାୟଗଡ଼ ସଦରମହକୁମା ଜେମାଦେଇପେଣ୍ଠ କ୍ଲଷ୍ଟର ଅନ୍ତର୍ଭୁକ୍ତ ବଡହଂସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଗ୍ରାମର ସରପଞ୍ଚ ଶ୍ରୀମତି ମିତା ପୁୱାଲା, ସମିତି ସଭ୍ୟ ମଲ୍ଲିକ ମେଲେକା, ସମ୍ମାନୀୟ ଅତିଥି ଭାବେ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର୍ ପଣ୍ଡା ଏବଂ ସରକାରି ବଡ଼ ରାଇସୀଙ୍ଗ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ସେନାପତି ଉପସ୍ଥିତ ଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସିଆରସିସି ଶ୍ରୀଯୁକ୍ତ ଲାଡ଼ି ସିମଞ୍ଚଳ ଏବଂ ପିତା ମହଲର କନ୍ଧଖିଲିମ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାକୁ ଗୁରୁତ୍ଵ ଦେବା ସହ ନିଜ ଦାୟିତ୍ୱ ବୋଧତାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ଉପଦ୍ଦେଶ ଦେଇଥିଲେ । ସେହିଭଳି ଅନ୍ୟ ଅତିଥି ମାନେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢା ସହ ସାଠ ମଧ୍ୟ ଆବଶ୍ୟକତା ରହିଛି ବୋଲି ଉପଦେଶ ଦେଇଥିଲେ। ଏଥି ସହ ଗଛ ଲଗାଇବା, କିଭଳି ଜଳ ସଞ୍ଚୟ କରାଯାଇ ପାରିବ । ଜଳ ହିଁ ଜିବନ ବୋଲି ମାନିଥିବା ବେଳେ, ଏହାର ସୁରକ୍ଷା ମଧ୍ୟ ଏହି ଶିକ୍ଷା ପ୍ରଣାଳୀକୁ ଗୁରୁତ୍ଵ ଦେଇଥିଲେ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ଆମ୍ଭମାନଙ୍କ ପାଇଁ ଏକ ଆନନ୍ଦ ଦାୟକ ଏବଂ ଉତ୍ସାହିତ କରିବା ପାଇଁ କେବଳ ନୁହେଁ। ଏହି ବାର୍ଷିକ ଉତ୍ସବ ଦ୍ବାରା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ। କାର୍ଯ୍ୟକ୍ରମ ସୂଚାରୁ ରୁପେ ପରିଚାଳନା କରିବା ନିମନ୍ତେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାରୁଣ୍ୟ ସୁବାଷ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ସେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ, ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ ଯେ, “ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ”। ଅଶିକ୍ଷିତରୁ ଶିକ୍ଷିତ, ସମୟାନୁବର୍ତିତା ଶୃଙ୍ଖଳିତ ଏବଂ ସୁ- ସଂସ୍କାର ନିଜ ନିଜ ଭିତରେ ଆଣିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ୍ ବୋଲି କହିଛନ୍ତି। ପ୍ରଥମ ଶ୍ରେଣି ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏହି ସମୟ ହିଁ ଉପଯୁକ୍ତ ସମୟ ନିଜକୁ ଶୃଙ୍ଖଳିତ ଓ ଶୁ ସଂସ୍କାର ଭାବେ ଗଢି ତୋଳିବା।
୬ବର୍ଷରୁ ୧୪ବର୍ଷ ବୟସ ବିଦ୍ୟାଳୟର ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ଶିକ୍ଷା ଗ୍ରହଣ ବିଶେଷ ପ୍ରଭାବ ପଡିଥାଏ। ଉଚ୍ଚ ଶିକ୍ଷା ନିମନ୍ତେ ଏହା ହିଁ ପ୍ରଥମ ସୋପାନ ହୋଇଥାଏ। ନିଜ ବକ୍ତବ୍ୟ ପରେ ବିଦ୍ୟାଳୟରେ ଅନେକ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏପରିକି ନମିତା କିଲ୍ଲାକା ନାମକ ଛାତ୍ରୀ “ମୋ ସ୍କୁଲ ଅଭିଯାନ”ରେ ବିଦ୍ୟାଳୟର ଉନ୍ନତ ମୂଳକ କାର୍ଯ୍ୟ ପାଇଁ କିଛି ଅର୍ଥ ରାଶି ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ଏଥିପାଇଁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
ଏଥିସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରୋଷେଇ କରୁଥିବା ଆନ୍ନାମଣି କାଡ୍ରାକା ଏବଂ ଆନିଆମ୍ମା ମେଲେକା ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଉତ୍ତମ ଶିକ୍ଷୟତ୍ରୀ ଭାବେ ଶ୍ରୀମତି ସ୍ନେହଲତା ମହାରଣାଙ୍କୁ ସମ୍ମାନୀତ କରାଯାଇଥିଲା। ଶେଷରେ ଉପସ୍ଥିତ ଅତିଥି, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାରୁନ୍ୟ ସୁବାଷ ଚନ୍ଦ୍ର ବେହେରା କାର୍ଯକ୍ରମକୁ ଶେଷ କରିଥିଲେ।