32.9 C
Balāngīr
Tuesday, May 20, 2025

ବଡ଼ବଡ଼ ଶାଳ ଗଛ କଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ : ତଦନ୍ତ ଅବ୍ୟାହତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ବାଲିଗୁଡା, (୨୦/୦୪) : ଆପ୍ର. : ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ । ଏହି ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । ସକାଳ ସମୟରେ ବନ ବିଭାଗ ସ୍ଥିତି ପରଖି ଥିବାବେଳେ ଅପରାହ୍ନରେ ବିଭାଗ ଆକ୍ସନ ମୁଡ଼କୁ ଆସିଛି। ଦୁଇଟି ଟ୍ରାକ୍ଟର ସମେତ ବନପାଳ ବନିତା ପ୍ରଧାନ, ବନରକ୍ଷୀ ସଞ୍ଜୀବ ବେହେରା ସଦଳବଳ ଓ ଶ୍ରମିଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସେଣ୍ଟ୍ରିଙ୍ଗକୁ ବାହାର କରବା ସହ ମୂଲ୍ୟବାନ ଶାଳ କାଠକୁ ବିଭାଗ ଜବତ କରିଛି। ବିଭାଗ ଏବେ ଉକ୍ତ ଠିକା ସଂସ୍ଥା ଓ ସେଥିରେ ସମ୍ପୃକ୍ତି ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବନପାଳ ବନିତା ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି, ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ କଟାଯାଇଥିବା ଆଶଙ୍କା କରାଯାଇଛି । ପୂର୍ବରୁ ଉକ୍ତ କାଠ ଅନ୍ୟ ଜଙ୍ଗଲରୁ ଅଣାଯାଇଥିବା ଓ ସେଥିପାଇଁ ରୟାଲଟି ପ୍ରଦାନ କରାଯାଇଥିବା ଠିକା ସଂସ୍ଥା କହୁଛି। ତେବେ ଏନେଇ ବନ ବିଭାଗ ନିକଟରେ ଏବେ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ ।

କେବଳ ବେଆଇନ ଜଙ୍ଗଲରୁ କାଠ ଟ୍ରାକ୍ଟର ଯୋଗେ ଅଣାଯାଉଥିବାବେଳେ ବୁଡ଼ାଗୁଡା ବନପାଳ ଟ୍ରାକ୍ଟର ଠାରୁ ରୟାଲଟି କଟା ଯାଇଥିଲା। ଏଥିସହ ସିମନବାଡି ସେକ୍ସନରେ କାମ କରାଯାଉଥିବା ଉକ୍ତ ପୋଲ ସେଣ୍ଟ୍ରିଙ୍ଗ ପାଇଁ କାଠ ବ୍ୟବହାର କରାଯାଉଥିଲେ ମଧ୍ୟ କୌଣସି ଅନୁମତି ନିଆଯାଇ ନ ଥିନା ବିଭାଗ କହିଛି । ସେହିପରି ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଠ ଜବତ କରାଯାଉଥିବା ବନପାଳ କହିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...