32.9 C
Balāngīr
Wednesday, April 30, 2025

ବଡ଼ସାଇମରା ଧାନମଣ୍ଡି ପାଚେରୀ ଭାଙ୍ଗି ହାତୀପଲଙ୍କ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁରିବାହାଲ, (୦୪/୦୧) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଥିବା ବେଳେ ଏବେ ଏହି ହାତୀପଲ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

ଗୁରୁବାର ରାତିରେ ଏହି ହାତୀପଲ ବଡ଼ସାଇମରା ପଞ୍ଚାୟତ ପଛପଟେ ଥିବା ଧାନମଣ୍ଡିର ପୁରୁଣା ପାଚେରୀ ଭାଙ୍ଗି ଭିତରକୁ ପଶି ୧୪ଜଣ ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ କରିଛନ୍ତି । ମଣ୍ଡିରେ ମୋଟ ୫୨ଜଣ ଚାଷୀଙ୍କ ଧାନ ଗଚ୍ଛିତ ଥିବା ବେଳେ ସେଥି ମଧ୍ୟରୁ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ ହୋଇଛି । ମଣ୍ଡିରେ ଲାଗିଥିବା ସିସିଟିଭି ଅନୁଯାୟୀ ହାତୀପଲ ରାତି ୧୧ଟାରେ ପାଚେରୀ ଭାଙ୍ଗି ଭିତରକୁ ପଶି ଧାନ ନଷ୍ଟ ସହ ଧାନରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ପାଚେରୀ ଭାଙ୍ଗିବା ଶବ୍ଦ ଶୁଣି ମଣ୍ଡିରେ ଶୋଇଥିବା ଜଣେ ବ୍ୟକ୍ତି ଉଠିପଡ଼ି ହାତୀ ଆସି ଉତ୍ପାତ କରୁଥିବା ଜାଣିପାରିଥିଲେ । କ୍ଷତିଗ୍ରସ୍ତ ଧାନ ଚାଷୀମାନେ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ପୁର୍ବରୁ ସୋମବାର ଦିନ ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍ ବାରବନ୍ଧ ଗ୍ରାମର ସୁମନ ନାଏକ (୪୦) ନାମକ ଜଣେ ଚାଷୀଙ୍କ ଘର ଭାଙ୍ଗିଦେବା ସହ ୨୨ବସ୍ତା ଅମଳ ଧାନ ଖାଇଦେଇଥିଲେ ।

ଚାଷୀଙ୍କ ଜମିରେ ଥିବା ଏକ ସୋଲାର ବୋରୱେଲ ଓ ସୋଲାର ପ୍ଲେଟକୁ ଭାଙ୍ଗି ଦେଇଥିବା ବେଳେ ସେଠାରେ ରଖାଯାଇଥିବା ୟୁରିଆ ସାରକୁ ମଧ୍ୟ ହାତୀ ଖାଇ ଦେଇଥିବା ଚାଷୀ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ଏହି ହାତୀପଲ ଖରବାହାଲି ଗ୍ରାମର ୨ ଜଣ ଚାଷୀଙ୍କ ଖଳାରେ ଥିବା ବହୁ ଧାନ ଖାଇ ନଷ୍ଟ କରିଦେଇଥିଲେ । ହାତୀପଲ ପାଚେରୀ ଭାଙ୍ଗି ଧାନମଣ୍ଡିକୁ ପଶି ଧାନ ନଷ୍ଟ କରିବା ସମ୍ପର୍କରେ ବଡ଼ସାଇମରା ପେକ୍ସ ସିଇଓ ବନମାଳୀ ଖମାରୀଙ୍କୁ ପଚାରିବାରୁ ଶେଷ ଆକଳନ ସୁଦ୍ଧା ୧୪ ଚାଷୀଙ୍କ ୭୮ବସ୍ତା ନଷ୍ଟ ହୋଇଥିବା ସେ ପ୍ରକାଶ କରିଥିଲେ । ଘଟଣାସ୍ଥଳକୁ ପହଞ୍ଚିଥିବା ତହସିଲଦାର ଜଗଦୀଶ କର୍ତ୍ତାମିଙ୍କୁ ପଚାରିବାରୁ ଚାଷୀଙ୍କ କ୍ଷୟକ୍ଷତି ରିପୋର୍ଟ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ମୁରିବାହାଲ ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ୧୩ ଟିକିଆ ହାତୀପଲ ବହୁ ଦୂରରେ ଥିବା ବେଳେ ଗତରାତିରେ ମଣ୍ଡିରେ ପଶି ବ୍ୟାପକ ଧାନ ନଷ୍ଟ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାତୀ ବଡସାଇମରା ଆଖପାଖରେ ଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ହାତୀପଲଙ୍କ ଆତଙ୍କ ଯୋଗୁଁ ବହୁ ଅଞ୍ଚଳରୁ ଦିନ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ କରାଯାଉଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତୁରନ୍ତ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...