32.9 C
Balāngīr
Thursday, July 10, 2025

ବଡା ଛତୁ ସମୟରେ ବାହାରିଲା ଶ୍ରାବଣ ଛତୁ, କିଲୋ ୨ ହଜାର

Must read

ବୋରିଗୁମ୍ମା, (୨୬/୬) : ଆପ୍ର. : ଆଜି ବୋରିଗୁମ୍ମା ବଜାରରେ ଶ୍ରାବଣ ଛତୁ ଦେଖିବାକୁ ମିଳିଛି । କିନ୍ତୁ ଅଦିନରେ ବାହାରି ଥିବାରୁ କିଲୋ ୨୦୦୦ ଟଙ୍କାରେ ବିକ୍ରି ହୋଇଛି ।

ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବାହାରେ ଜଣେ ବେପାରୀ ଆଜି ବିକ୍ରି କରିଛନ୍ତି । ଏହି ଛତୁ ସାଧାରଣତଃ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତଥା କୋରାପୁଟ ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ସାଧାରଣତଃ ଶ୍ରାବଣ ମାସରେ ଫୁଟିଥାଏ । ସମସ୍ତ ଛତୁ ଠାରୁ ଏହା ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇ ଥିବାରୁ ମାଂସ ଠାରୁ ୩ ଗୁଣ ଅଧିକା ଦାମ୍ ହେଲେ ମଧ୍ୟ ଲୋକେ କିଣିବାକୁ ପଛାନ୍ତି ନାହିଁ ।ତେବେ ଏହି ସମୟରେ ପ୍ରଚୁର ପରିମାଣରେ ଆସୁଥିବା ବଡା ଛତୁ ଚଳିତ ବର୍ଷ ବଜାରରେ ଦେଖିବାକୁ ମିଳୁ ନ ଥିବା ବେଳେ ହଠାତ୍ ଶ୍ରାବଣ ଛତୁର ଆବିର୍ଭାବ ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ପ୍ରକାଶ ଥାଉ କି ଏହି ଶ୍ରାବଣ ଛତୁକୁ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ବିଶ୍ୱାସ ମଧ୍ୟ ରହିଛି ।

ଯେପରିକି କଳାହାଣ୍ଡି ଜିଲ୍ଲାରେ ଏହି ଛତୁ ଖାଇଲେ ମାମୁଁ ମରିଯା’ନ୍ତି କହି ଅଧିକାଂଶ ଲୋକ ଖାଆନ୍ତି ନାହିଁ ।ତେଣୁ ସେହି ଅଞ୍ଚଳରେ ଏହାର ଦର ଖୁବ୍ ଶସ୍ତା ହୋଇଥାଏ ।କଳାହାଣ୍ଡି ଜିଲ୍ଲାରେ ଭାଦ୍ରବ ମାସରେ ଏହି ଛତୁ ଫୁଟୁ ଥିବାରୁ ସେହି ଅଞ୍ଚଳରେ ଏହାକୁ “ଭଦୋ ଛତୁ” ବୋଲି କହି ଥା’ନ୍ତି । କୋରାପୁଟ ଅଞ୍ଚଳରେ ଏହି ଛତୁ ଯଦି କାହାର ଘରର ଓଦା ମାଟି କାନ୍ଥରେ ବାହାରେ, ତେବେ ସେହି ପରିବାରରେ ଲୋକେ ଆସନ୍ନ ବିପଦ ବା ଅକାଳ ମୃତ୍ୟୁର ଆଶଙ୍କା କରିଥାନ୍ତି ।

ଅନ୍ୟ କେତେକଙ୍କ ମତରେ ଏହି ଛତୁ ଖାଇଲେ ପୂର୍ବରୁ ଛାଡ଼ି ଯାଇଥିବା ଯେ କୌଣସି ପୁରୁଣା ରୋଗ ପୁଣି ଥରେ ବାହାରିବା ଆଶଙ୍କା କରି ଖାଇ ନ ଥାନ୍ତି । ତେବେ ବୋରିଗୁମ୍ମା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ଛତୁ ସର୍ବାଧିକ ଲୋକପ୍ରିୟ ଛତୁ ହିସାବ ରେ ଚଢ଼ା ଦରରେ ବିକ୍ରୀ ହୋଇଥାଏ । ପ୍ରଚୁର ପରିମାଣରେ ବଜାରକୁ ଆସିଲେ କିଲୋ ପିଛା ୫୦୦ ଟଙ୍କାରେ ମଧ୍ୟ ମିଳିଥାଏ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...