ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୧) : ମାଘ ମାସ ଶୀତ ହେବ ବାଘ ପରି । ଦୁଇ ତିନି ଦିନ ବିରତି ପରେ ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ହାଡ଼ ଭଙ୍ଗା ଜାଡ ଅନୁଭୂତ ହେବ ।
ବଦଳିବ ପାଣିପାଗ, ଆସନ୍ତା୧୭ ତାରିଖ ପରଠାରୁ ତାପମାତ୍ରା କମିବା ସହ ଶୀତ ବଢିବ । ସ୍ଵାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମା ଝଡର ପ୍ରଭାବରୁ ବିଗତ କିଛି ଦିନ ହେବ ଶୀତ କମିବାରେ ଲାଗିଛି । ମାତ୍ର ପଶ୍ଚିମା ଝଡ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ଆସନ୍ତା ଦୁଇ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ । ଅନ୍ୟପଟେ ୧୬ ତାରିଖ ଯାଏଁ ଘନ କୁହୁଡି ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।