32.9 C
Balāngīr
Wednesday, April 23, 2025

ବଦଳିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ, ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ଲକ୍ଷ୍ୟ

Must read

ଭୁବନେଶ୍ୱର, (୨୦/୦୩) : ଆ.ପ୍ର. : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ବଦଳିବ

ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏସବୁ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ପାଇଣ ଲକ୍ଷ୍ୟ ରଖାଯାଇଛି । ଜାତୀୟ ଶିକ୍ଷା ନୀତି ଲାଗୁ ନେଇ ଭୋପାଳ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ଏହଗି କମିଟି ଜାତୀୟ ପାଠ୍ୟକ୍ରମ ରୂପରେଖ ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବ । ଏଭିତରେ ତିନିଟି ବୈଠକ ଅନୁଷ୍ଠିତ ହୋଇସାରିଛି । ଆସନ୍ତା ୨୬ରୁ ୩୦ ତାରିଖ ମଧ୍ୟରେ ଚତୁର୍ଥ ବୈଠକ ଅନୁଷ୍ଠିତ ହେବ । ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ ଗଠନ ହେବ କମିଟି ।

ସେପଟେ ଏପ୍ରିଲ ୨ରୁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିବ । ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍‌ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ । ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ । ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍‌ ପ୍ରଦାନ କରାଯିବ । ଏହି କିଟ୍‌ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...