32.9 C
Balāngīr
Thursday, July 10, 2025

ବଦଳିଲାନି ନିଷ୍ପତ୍ତି, ଅଗଷ୍ଟ ୧୭ରେ ଓଟିଇଟି ପରୀକ୍ଷା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୩/୦୮) : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ଘୁଞ୍ଚାଇବା ଦାବି ହେଉଥିଲା। କିନ୍ତୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହାନ୍ତି ।

ବଦଳିଲାନି ନିଷ୍ପତ୍ତି, ଅଗଷ୍ଟ ୧୭ରେ ରାଜ୍ୟରେ ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି । ୪୩୦ କେନ୍ଦ୍ରରେ ୧ ଲକ୍ଷ ୪୧ ହଜାର ୨୭୮ ପରୀକ୍ଷା ଦେବେ । ସେଥିରୁ ପେପର-୧ ରେ ୩୪ ହଜାର ୧୧୬ ଏବଂ ପେପର- ୨ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ରହିଛନ୍ତି । ପୂର୍ବାହ୍ଣ ୯ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପେପର- ୧ ଏବଂ ଅପରାହ୍ଣ ୨ଟା ରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ ରେ ଓଟିଇଟି ଭଳି ବିଭିନ୍ନ ନିଯୁକ୍ତି ଓ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ରହିଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ବାରା ଅଗଷ୍ଟ ୧୨ ରୁ ୨୦ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ସାକ୍ଷାତ୍‌କାର ପରୀକ୍ଷା, ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ବିଏଡ୍‌ କରୁଥିବା ପ୍ରାର୍ଥୀଙ୍କର ସିମେଷ୍ଟର ପରୀକ୍ଷା, ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବହୁ ବିଶ୍ବବିଦ୍ୟାଳୟରେ ମଧ୍ୟ ପରୀକ୍ଷା ସେହିଦିନ ହେବାର ଅଛି । ଯେଉଁ ଆଶାୟୀ ଓଟିଇଟି ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରୀକ୍ଷା ମଧ୍ୟ ଦେଉଛନ୍ତି । ତେଣୁ ଓଟିଇଟି ପରୀକ୍ଷା ଦେବେ କି ନାହିଁ ତାହା ଏବେ ପରୀକ୍ଷାର୍ଥୀଙ୍କ ନିମନ୍ତେ ଚିନ୍ତାର କାରଣ ପାଲଟିଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...