ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୨) : ଆଜି ଅଦ୍ୟ ତାରିଖ – ୧୬.୦୨.୨୦୨୫ ରିଖ ରେ ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ଜଙ୍ଗଲ ନିଆଁ ନିର୍ବାପକ ଦଳଙ୍କୁ ତାଲିମ ଉପଲକ୍ଷେ ରାୟଗଡାର ରୟତ କୋଲୋନୀ ନିକଟସ୍ଥ ଫୋରେଷ୍ଟ ପାର୍କ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯକ୍ରମ ରେ ଶ୍ରୀମତୀ ସରସ୍ବତୀ ମାଝୀ, ଜିଲ୍ଲା ପରିଷଦ ସଭାପତି , ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହା ସହ, ଶ୍ରୀମତୀ ଟୁନି ହୁଇକା, ରାୟଗଡା ପଞ୍ଚାୟତ ସମିତି ଚେୟାରମେନ, ଶ୍ରୀମତୀ ସନ୍ଧ୍ୟା ପୁଲାକା, ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀ ରମେଶ ବେହେରା, ଜିଲ୍ଲା ନିଆଁ ନିର୍ବାପକ ଅଫିସର, ଶ୍ରୀ ଗୌରାଙ୍ଗ ଚରଣ ରାଉତ, ଜିଲ୍ଲା ବନ୍ୟପ୍ରାଣୀ ରକ୍ଷକ, ଶ୍ରୀ ସତିଶ ଧାରୁଆ, ଉପ ବନ ସଂରକ୍ଷକ ଙ୍କ ସହ ରାୟଗଡା ବ୍ଲକ ଓ କୋଲନର ବ୍ଲକ ର ୪୦ ପଞ୍ଚାୟତ ର ୨୦ ଜଣ ସରପଞ୍ଚ ଭାଗ ନେଇଥିଲେ ।
ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ନିଜ ବାର୍ତ୍ତା ରେ ଆଗାମୀ ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲ ର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପଡ଼େ ସେ ଉପରେ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପସ୍ଥିତ ସରପଞ୍ଚ ମାନଙ୍କୁ ନିଜ ନିଜ ପଞ୍ଚୟତ ର ଲୋକ ମାନଙ୍କୁ କିପରି ମାର୍ଗଦର୍ଶନ କରିବେ ସେ ଉପରେ ଗୁରୁତ୍ବାରୋପ କରିଥିଲେ ।
ଏହି କାର୍ଯକ୍ରମଟି ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ, ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ, ରାୟଗଡା ବନପାଳ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, କୁମତାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା, ବନପାଳ ଶ୍ରୀମତୀ ପଦ୍ମାବତୀ ପାଢି ଏବଂ ବନପାଳ ଶ୍ରୀ ରବି ଚନ୍ଦ୍ର ପାତ୍ର, ଶ୍ରୀ ସମୀର କୁମାର ସାହୁ, ଶ୍ରୀମତୀ ଶକୁନ୍ତଳା କୋଣ୍ଡାଗୋରୀ, ଶ୍ରୀ ବି ଭାସ୍କର, ଶ୍ରୀ ପ୍ରସାଦ ବେହେରା , ଶ୍ରୀ ପ୍ରଦୀପ ସାହୁ , ଶ୍ରୀମତୀ ରାମେଶ୍ଵରୀ ସାହୁ , ଶ୍ରୀମତୀ ନିରୁପମ ମହାପାତ୍ର , ଶ୍ରୀମତୀ ପ୍ରିୟଙ୍କା ବେହେରା ଙ୍କ ଦ୍ବାରା ସୁ ପରିଚାଳନା କରାଯାଇଥିଲା ।