ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୬/୦୨) : ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁ’ରେ ଘଟିଛି ।
ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ଆଜି ଢେଙ୍କାନାଳ ଜିଲ୍ଲା ସଦର ଥାନା ଖମାର ଗାଁ’ର ଜଣଙ୍କ ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତଦେହ ବାପା, ୪୦ ବର୍ଷୀୟା ଝିଅ ଓ ୧୬ ବର୍ଷୀୟ ନାତିର ବୋଲି ଜଣାପଡିଛି । ବନ୍ଦ ଘର ବାହାରେ ବୃଦ୍ଧା ମାଆ ରହିଥିବାବେଳେ ବନ୍ଦ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ, ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି କରିଛି ।