କୁଚିଣ୍ଡା, (୦୬/୦୪) : ଆପ୍ର. : ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି ।
ବାଇକରେ ଆସି ୩ ମୁଖାପିନ୍ଧା ଲୁଟେରା ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଟଙ୍କା ଛଡ଼େଇ ନେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଗୋବିନ୍ଦପୁର ଥାନା ବଡ଼ପୋଷ ଗାଁ ନିକଟ ପେଟ୍ରୋଲ ପମ୍ପରୁ ବାଇକରେ ଆସି ୩ ମୁଖାପିନ୍ଧା ଲୁଟେରା ୩୦ହଜାରରୁ ଅଧିକ ଟଙ୍କା ଲୁଟେରା ନେଇଯାଇଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କଠାରୁ ଅଭିଯୋଗ ପାଇବା ପରେ ଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି ।