ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଠାକୁରମୁଣ୍ଡା, (୧୨/୦୩) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ଠାରେ ଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି ।
ମଙ୍ଗଳବାର ଦିନ ସେଠାରେ କାର୍ଯ୍ୟରତ ଜଣେ ସିଏଚଓ ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବେକ ରୁ ସୁନା ଚେନ୍ ଲୁଟ୍ ହୋଇଛି। ସୁନା ଚେନ୍ ନେବା ପରେ ଦୁର୍ବୁତ୍ତମାନେ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ପରେ ସିଏଚଓ ଜଣକ ଲୁଟ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠାକୁରମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।