32.9 C
Balāngīr
Thursday, July 10, 2025

ବନ୍ଧୁକ ମୁନରେ ଜେମାଦେଇପୁର ଇଣ୍ଡିଆନ୍ ବ୍ଯାଙ୍କରୁ ଡକାୟତି, ୨୦ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍

Must read

ନୟାଗଡ, (୦୩/୦୭) :ଆପ୍ର. : ବନ୍ଧୁକ ମୁନରେ ଜେମାଦେଇପୁର ଇଣ୍ଡିଆନ୍ ବ୍ଯାଙ୍କରୁ ଡକାୟତି । ୭ ଜଣ ଦୁର୍ବୃତ୍ତ ବ୍ଯାଙ୍କରେ ପଶି ବନ୍ଧୁକ ଦେଖାଇ ସୁନା ଓ ଟଙ୍କା ଡକାୟତି କରିଛନ୍ତି ।

୨୦ଲକ୍ଷରୁ ଅଧିକ ଟଙ୍କା ଓ ଗ୍ରାହକଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ସଦରଥାନା ପୋଲିସ ବ୍ୟାଙ୍କ ଯାଇ ତଦନ୍ତ ଚଳାଇଛନ୍ତି । ଅପରାହ୍ନ ୪ ଟା ସମୟରେ ବ୍ୟାଙ୍କ ବନ୍ଦ ହେବାକୁ ଯାଉଥିଲା । ବ୍ୟାଙ୍କରେ ୨ ଜଣ ମହିଳା ଗ୍ରାହକ ଥିଲେ । ଗ୍ରାହକ ବେଶରେ ୪ ଟି ବାଇକରେ ୭ ଜଣ ଡକାୟତ ବ୍ୟାଙ୍କରେ ପଂହଁଚି ଥିଲେ । ଅଚାନକ ବ୍ୟାଙ୍କରେ ପଶି ବନ୍ଧୁକ ଓ ଠେଙ୍ଗାରେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

କର୍ମଚାରୀଙ୍କୁ ରକ୍ତାତ କରି ଟଙ୍କା ସୁନା ନେଇଯାଇଥିଲେ । ଜଣେ ମହିଳା ଗ୍ରାହକ ଠାରୁ ୨୦ ହଜାର ଟଙ୍କା ଓ ଜଣେ ମହିଳାଙ୍କ ଠାରୁ ସୁନା ଚେନ ନେଇ ଯାଇଥିଲେ । ଡକାୟତ ମାଡରେ ବ୍ୟାଙ୍କ ପିଅନ ଓ ବଣିଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ସଦରଥାନା ପୋଲିସ ବ୍ୟାଙ୍କକୁ ଆସି ସିସିଟିଭି ଯାଞ୍ଚ କରିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଡକାୟତକୁ ଅଟକ ରଖିଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...