32.9 C
Balāngīr
Wednesday, April 23, 2025

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୦୪/୦୧) : ସୋରୁମରୁ ହୋଇଛି ବଡଧରଣର ଲୁଟ୍ ଏହିଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଦେଖିବାକୁ ମିଳିଛି ।

ସହରରେ ଥିବା ହୁଣ୍ଡାଇ ସୋରୁମ୍‌ର ୨ଜଣ ସିକ୍ୟୁରିଟିଙ୍କୁ ବାନ୍ଧି ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଲକରରୁ ଲୁଟ୍ କରିଛନ୍ତି । ଲକରରେ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଏବଂ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଲୁଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପ୍ରଥମେ ସିକ୍ୟୁରିଟିଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ସୋରୁମ୍‌ର ଅନ୍ୟ ଲୋକଙ୍କୁ ଆତଙ୍କିତ କରାଇଥିଲେ । ଏହା ପରେ ସୋରୁମ୍‌ର ଲକରରୁ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଲୁଟି ନେଇଥିଲେ । ଏନେଇ ସୋରୁମ୍‌ର କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଛି ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...