ସୁନ୍ଦରଗଡ଼, (୧୮/୦୪) : ଆପ୍ର. : ବନ୍ଧୁକ ମୁନରେ ଲୁଟ । ଛେଳି ବେପାରୀ ଠାରୁ ଲୁଟିନେଲେ ୨ ଲକ୍ଷ ୭୧ ହଜାର ଟଙ୍କା ।
ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବନଡେଗାରେ ଘଟିଛି ଘଟଣା । ରାଜଗାଙ୍ଗପୁରର କିଛି ବେପାରୀ ଛେଳି କିଣିବାକୁ କାରରେ ଯାଉଥିବା ବେଳେ ତଳସରା ପଞ୍ଚାୟତ ବଗିଆବେର୍ଣ୍ଣି ଘାଟି ନିକଟରେ ହଠାତ୍ ୩ଟି ବାଇକରେ ୭ରୁ ୮ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଘଟଣାକୁ ନେଇ ତଲସରା ଥାନାରେ ଲିଖିତ ଅଭିଯୋଗ ହୋଇଛି ।