କେନ୍ଦୁଝର, (୨୯/୦୬) : ଆପ୍ର. : ସିସିଟିଭିରେ କଏଦ ସୁନା ଗହଣା ଲୁଟ୍ ବେଳର ଦୃଶ୍ୟ । ବନ୍ଧୁକ ମୁନରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ ।
ଗତ ୨୫ ତାରିଖ ଦିନ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବଜାର ସ୍ଥିତ ନାରାୟଣୀ ଜୁଏଲାରୀରୁ ୫ କେଜିର ଗହଣା ଲୁଟ୍ ଅଭିଯୋଗ ହୋଇଥିଲା । ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳକୁ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ହଠାତ୍ ଦୋକାନ ଭିତରକୁ ପଶି ଆସିଥିଲେ । ଦୋକାନରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା ଲୁଟିଥିଲେ । ଦେକାନରେ ଥିବା ସମସ୍ତ ଗହଣାକୁ ଗୋଟି ଗୋଟି କରି ବ୍ୟାଗରେ ପୁରାଇଥିବା ଭିଡିଓଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି । ଲୁଟ୍ ବେଳର ସମସ୍ତ ଦୃଶ୍ୟ ଦୋକାନର ସିସିଟିଭିରେ କଏଦ ହୋଇଛି । ପୋଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଜାରି ରଖିଛି ।