32.9 C
Balāngīr
Sunday, July 20, 2025

ବରକାନୀ ପାଖରେ ଡକାୟତି : ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଆକ୍ରମଣ କଲେ ଦୁର୍ବୃତ୍ତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୦୨/୦୬) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ପାଖ ବରକାନୀ ପାଖରେ ଗତ ରାତି ପ୍ରାୟ ୧୦ଟା ସମୟରେ ଏକ ଡକାୟତି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ସଦାଇପାଲି ନିବାସୀ ଛବିଚନ୍ଦ୍ର ପଟେଲ ନିଜ ପୁଅଙ୍କ ସହ ଜଣେ ସଂପର୍କୀୟଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ କୁଶଙ୍ଗ ପାଖ ବଂଜାରୀ ଗାଁକୁ ଯାଇ ଫେରୁଥିବା ବେଳେ ଘଟିଛି ଏଭଳି ଅମାନବୀୟ ଘଟଣା । ଏକ ସ୍କୁଟି ସାହାଯ୍ୟରେ ଛବିଚନ୍ଦ୍ର ନିଜ ପୁଅଙ୍କ ସହ ଆସୁଥିବା ବେଳେ ଦୁର୍ବୃତ୍ତମାନେ ବରକାନୀ ପାଖରେ ପଛପଟୁ ତାଙ୍କୁ ଠେଙ୍ଗାରେ ପ୍ରହାର କରିଥିଲେ । ବାପପୁଅ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ିବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖରୁ ମୋବାଇଲ ଫୋନ୍‌, ପର୍ସ ଆଦି ଛଡାଇ ଫେରାର୍‌ ହୋଇଯାଇଥିଲେ । ୫ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି ।

ସୂଚନା ପାଇ ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚିଥିବା ବେଳେ ଆହତ ଛବିଚନ୍ଦ୍ରଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ । ଛବିଚନ୍ଦ୍ରଙ୍କ ସାନଭାଇଙ୍କ ପୁଅ ରାମ ପଟେଲ କହିଛନ୍ତି ଯେ, ବଲାଙ୍ଗିର ସହରରୁ ଚନ୍ଦନଭାଟିକୁ ଯିବା ରାସ୍ତାରେ ଲଗାତାର ଏଭଳି ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ନିଛାଟିଆ ସମୟରେ ଯିବା ଆସିବା କରୁଥିବା ନିରୀହ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ଏ ଦିଗରେ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...