32.9 C
Balāngīr
Wednesday, April 23, 2025

ବରିଷ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଦ୍ୱାଦଶାହ ଦିବସ ପାଳିତ

Must read

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୨୨/୦୨) : ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ତହସିଲ ଅଫିସ ସାମ୍ନାରେ ରହିଥିବା ବରିଷ୍ଟ ବ୍ୟବସ୍ୟାୟି କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କଗତ ୧୦ ତାରିଖରେ ମୃତ୍ୟୁ ହୋଇଥିଲା ।

ତାଙ୍କ ମୃତ୍ୟୁରେ ପରିବା ବ୍ୟବସାୟୀ ସଙ୍ଘ ତରଫରୁ ସମୁର୍ଣ ଭାବେ ବଜାର ବନ୍ଦ କରିବା ସହିତ ତାଙ୍କ ଅନ୍ତିମ ସଂସ୍କାର ରେ ସମସ୍ତ ବ୍ୟବସ୍ୟାୟି ମାନେ ସହଯୋଗ କରିଥିଲେ । ୬୮ ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶଯ୍ୟା ସମୟରେ ତାଙ୍କ ପତ୍ନୀ ବସନ୍ତ କୁମାରୀ ପଣ୍ଡା, ପୁଅ ସିମାଞ୍ଚଳ ପଣ୍ଡା, ଦୁଈ ଝିଅ ଓ ଜୋଇଁ ତାରିଣୀ ପ୍ରଭା ପାଣିଗ୍ରାହୀ, ବଡ଼ ଜୋଇଁ ସାଇବ ପାଣିଗ୍ରାହୀ, ସାନ ଝିଅ ନଳିନୀ ପ୍ରଭାମହାପାତ୍ର, ଯୋଇଁ ଶ୍ୟାମ ସୁନ୍ଦର ମହାପାତ୍ର, ଏବଂ ନାତି, ନାତୁଣୀ, ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ, ଉପସ୍ଥିତ ଥିଲେ । କୃଷ୍ଣ ପଣ୍ଡା ଜଣେ ସତ୍ୟନିଷ୍ଟ ବ୍ୟକ୍ତି ଥିଲେ । ଆଜି ତାଙ୍କ ଦ୍ୱାଦଶାହ ଦିବସ ରେ ଉପସ୍ଥିତ ବନ୍ଧୁ ବର୍ଗ, ଆତ୍ମୀୟ ସ୍ୱଜନ, ବ୍ୟବସାୟୀ ଭାଇ ମାନେ ଦିବଗନ୍ତ ବ୍ୟକ୍ତିଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...