ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୮) : କାଶୀନଗର ବ୍ଲକ ର ବରିଷ୍ଠ ବିଜେପି ନେତା ତଥା ଜୋନ ୧ର ଜିଲ୍ଲା ପରିଷଦ ସଭ୍ୟା ଙ୍କ ପରଲୋକ ଘଟିଛି l
ଗତ କାଲି ରାତ୍ର ରେ କାଶୀନଗର ବ୍ଲକ ହରିପୁର ଗ୍ରାମ ର ରକ୍କାମ ଲକ୍ଷ୍ମୀନାରାୟଣ (ହରିବାବୁ)ଙ୍କ ବିଶାଖାପାଟଣା ରେ ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା l ଗତ ପଂଚାୟତ ନିର୍ବାଚନ ରର ହରିବାବୁ ଙ୍କ ସ୍ତ୍ରୀ ରକ୍କାମ ରାଜ୍ୟ ଲକ୍ଷ୍ମୀ କାଶୀନଗର ବ୍ଲକର ଜୋନ ୧ ରୁ ଜିଲ୍ଲାପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ l ଆଜି ତାଙ୍କ ପୈତୃକ ବାସ ଭବନ ରେ ଶେଷ ଦର୍ଶନ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ଏନ ଏ ସି ଅଧ୍ୟାକ୍ଷା ଓ ଉପାଧ୍ୟକ୍ଷ ତଥା ବିଭିନ୍ନ ପଂଚାୟତ ର ସରପଞ୍ଚ, ପୂର୍ବତନ ବିଧାୟକ ଶ୍ରୀ କେ. ନାରାୟଣ ରାଓ ଙ୍କ ସମେତ ବ୍ଲକ ବହୂ କୋଣ ରୁ ଲୋକ ପହଞ୍ଚି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ଏବଂ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି l