32.9 C
Balāngīr
Wednesday, April 30, 2025

ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୩) : ପ୍ରାବନ୍ଧିକ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଦୁଇଟି ପୁସ୍ତକ ‘ଗୋରେଖନାଥ ସାହୁଙ୍କ ପ୍ରବନ୍ଧମାଳା’ ଓ ତାଙ୍କ ଆତ୍ମଜୀବନୀ ‘ବୈଶାଳୀ’ ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର ଯୋଗ ବିହାର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ତାଙ୍କ ସ୍ୱର୍ଗତ ପିତା ପିତବାସ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ପ୍ରବନ୍ଧମାଳା ‘ବର୍ଣ୍ଣାଳୀ’ର ସଂକଳନ ଓ ସଂପାଦନା କରିଛନ୍ତି ଲେଖିକା ଓ କବୟତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା । ପୁସ୍ତକ ଦୁଇଟି ଯଥାକ୍ରମେ ୬୦୦ ଓ ୫୦୦ ପୃଷ୍ଟା ବିଶିଷ୍ଟ । ପ୍ରବନ୍ଧମାଳା ପୁସ୍ତକ ବର୍ଣ୍ଣାଳୀ ହେଉଛି ଦୀର୍ଘ ଅର୍ଦ୍ଧଶତାବ୍ଦୀର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧମାଳାର ସମାହାର ଏବଂ ଆତ୍ମଜୀବନୀ ‘ବୈଶାଳୀ’ ପୁସ୍ତକ ହେଉଛି ଦୀର୍ଘ ଏକ ଶତାବ୍ଦୀର ସତ୍ୟସଂମୂର୍ଣ୍ଣ ଘଟଣାବଳୀର ସମାହାର । ପୁସ୍ତକ ‘ବର୍ଣ୍ଣାଳୀ’ ତାଙ୍କ ବଡଝିଅ ଓ ‘ବୈଶାଳୀ’ ସାନ ଝିଅଙ୍କ ନାମାନୁସାରେ ନାମିତ ।

ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ବଡ ଭଉଣୀ ଶତାୟୁ କୁମୁଦିନୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭାରେ ଲେଖକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ ବାବା ନରୋତ୍ତମ ଦାସ, ସମାଜସେବୀ ଗୋରେଖଲାଲା ଦାସ, ଶ୍ରୀକାନ୍ତ ମହାରଣା, ପ୍ରାଧ୍ୟାପିକା ମୀନା ମହାରଣା, ଲକ୍ଷ୍ମୀ ନାରାୟଣ ସାହୁ, ଅବସରପ୍ରାପ୍ତ ବ୍ୟାଙ୍କ ମେନେଜର ଗଜାନନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବକ୍ତାମାନେ ଲେଖକ ଶ୍ରୀ ସାହୁଙ୍କ ସାରସ୍ୱତ ସାଧନା ସଂପର୍କରେ ଆଲୋକପାତ କରିଥିଲେ ଏବଂ ଶେଷରେ ମିଥୁନ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...