ରାୟଗଡା, (୦୭/୦୫) : ଆପ୍ର. : ସାମ୍ୱାଦିକ ରାଜୀବ ଲୋଚନ ଆର ପାରିରେ, ରାୟଗଡା ଜିଲ୍ଲା ମୁଖ୍ୟାଳୟ ରେ କାର୍ଯ୍ୟରତ ସାହାଣ ମେଲା ଓଡ଼ିଆ ଖବର କାଗଜର ସାମ୍ବାଦିକ ରାଜୀବ ଲୋଚନ ପଣ୍ଡାଙ୍କ ମୃତ୍ୟୁ ଖବର ସାଧାରଣରେ ଶୋକର ଛାୟା ଖେଳାଇ ଦେଇଛି ।
ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳେ ତାଙ୍କ ବୟସ 48 ହେଇଥିଲା। ସେ ପଦ୍ମପୁର ବ୍ଳକର ଖିଲୀଙ୍ଗୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ 30 ତାରିଖ ରେ ନିଜ କାର ଯୋଗେ କୋଲନରା ଯାଉଥିବା ବେଳେ ଚଳନ୍ତା ଗାଡିରେ ଉଚ୍ଚ ରକ୍ତ ଚାପର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତାରୁ ତଳକୁ ଖସି ପଡ଼ିଥିଲା । ସାମାନ୍ୟ ମୁଣ୍ଡକୁ ଆଘାତ ଲାଗି ଥିଲା । ସମ୍ପର୍କୀୟଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତସ୍ରାବ ହୋଇଥିଲା । ରାୟଗଡାରେ ପ୍ରାଥମିକ ଉପଚାର ପରେ ଜଟିଳତା କୁ ହୃଦବୋଧ କରି ସମସ୍ତ ସୁବିଧା ସମ୍ପର୍ଣ୍ଣ ଉଚ୍ଚ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡାଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।
ସେଠାରେ ତାଙ୍କ ର ଚିକିତ୍ସାଧୂନ ଅବସ୍ଥାରେ କୌଣସି ଉର୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରସାରିତ ହେବା କ୍ଷଣି ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି | ଶ୍ରୀ ପଣ୍ଡାଙ୍କ ମର ଶରୀର ରାୟଗଡା ସ୍ଥିତ ମଙ୍ଗଳା ମନ୍ଦିର ନିକଟସୁ ତାଙ୍କ ବାସ ଭବନରେ ସନ୍ଧ୍ୟା 5,ଘଣ୍ଟା ରେ ପହଂଚିବାର ସୂଚନା ଥିଲା। ସ୍ବର୍ଗତ ପଣ୍ଡା ରାୟଗଡା ପ୍ରେସ ୟୁନିଅନର ଜଣେ କର୍ମଠ ସଦସ୍ୟ ରହି ବିଭିନ୍ନ ପଦ ପଦବୀରେ ରହି ସୁନାମର ସହିତ କାର୍ଯ୍ୟ ତୁଲାଉ ଥିଲେ । ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠରେ କହିଛନ୍ତି ।
ଶ୍ରୀ ପଣ୍ଡା ଏକ ମେଳାପୀ ଓ ସ୍ମିତ ହାସ୍ୟର ଅଧୂକାରୀ ସହିତ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ତାଙ୍କ ଆମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ଶେଷ ଦର୍ଶନ ସମୟରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ଓ ଶହ ଶହ ସାମ୍ୱାଦିକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି।