ରିପୋର୍ଟ : ପ୍ରଣତି ସାବତ
ଗଜପତି, (୩୦/୧୨) : ଗତ କାଲି କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ଗଜପତି ଜିଲ୍ଲା ଗସ୍ତ କରି ଫେରିଛନ୍ତି ।
ଗଜପତି ର ଗୋଶାଣୀ ବ୍ଲକ ଅନ୍ତର୍ଗତ ସେନଚୁରିଆନ ବିଶ୍ୱ ବିଦ୍ୟାଳୟ ର ଅସ୍ଥାୟୀ ହେଲିପେଡ ରେ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ମାଝୀ ରାଜସ୍ବ ମନ୍ତ୍ରୀ ପହଂଚିଥିଲେ । ସେମାନଙ୍କୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ସ୍ୱାଗତ କରିଥିଲେ, ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଶୀଧେଶ୍ଵର ମିଶ୍ର ମଧ୍ୟ ସାକ୍ଷାତ କରିଥିଲେ । ଗୋଶାଣୀ ବ୍ଲକ ର ଗୁରାଣ୍ଡି, ଉପଲଡା ଅଂଚଳ ରେ ଅଦିନିଆ ବର୍ଷା ଯୋଗୁଁ ଅମଳ ସମୟ ରେ ଚାଷୀ ଙ୍କ କ୍ଷତି ଆକଳନ ନିମନ୍ତେ ଉଭୟେ ସରାଜମିନ ତଦନ୍ତ କରିଥିଲେ । ଚାଷୀଙ୍କୁ ନିଶ୍ଚୟ କ୍ଷତି ର ସାହାଯ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।