32.9 C
Balāngīr
Wednesday, April 30, 2025

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

Must read

ବଲାଙ୍ଗିର, (୧୪/୦୪) : ଆପ୍ର. : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି ।

ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ ଫେରାର ମାରିଛି । ଏଭଳି ଘଟଣା ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡାରେ ଘଟିଥିବା ବେଳେ ମୃତକ ଜଣକ ବିଷ୍ଣୁମୁଣ୍ଡାର ମନୋଜ ନାଏକ (୪୬) ବୋଲି ସୂଚନା ରହିଛି । ମୃତକ ମନୋଜ ଆଜି ସନ୍ଧ୍ୟା ସମୟରେ ପାଖାପାଖି ୮ଟା ବେଳେ ସ୍ଥାନୀୟ ପାନ ଦୋକାନ ସାମ୍‌ନାରେ ବସିଥିଲେ । ଏତିକି ବେଳେ ବିଜୁଳି କଟିଥିବାର ସୁଯୋଗ ନେଇ ହତ୍ୟାକାରୀ ପଛପଟୁ ଆସି ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା । ମନୋଜଙ୍କ ମୁଣ୍ଡ ଓ ବେକରେ ଟାଙ୍ଗିଆ ଚୋଟ ପଡ଼ିବା ପରେ ମନୋଜ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ ।

ଏଭଳି ନୃଶଂସ କାଣ୍ଡ କରି ହତ୍ୟାକାରୀ ପୁଣି ଫେରାର ମାରିବାରେ ସଫଳ ହୋଇଥିଲା । ମନୋଜଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଏହି ଘଟଣା ବଲାଙ୍ଗିର ସହରରେ ଚହଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...