32.9 C
Balāngīr
Saturday, July 12, 2025

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୮ରୁ : ଭାଗ ନେବେ ୬୪ ଦଳ

Must read

ବଲାଙ୍ଗିର, (୨୭/୦୬) : ଆପ୍ର. : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଠାରେ ଜିଲ୍ଲା କ୍ରୀଡା ସଂସଦର ଫୁଲବଲ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୯ ଗୋଟି ପଡିଆରେ ହେବ । ଏଥିରେ ୬୪ ଗୋଟି ଦଳ ଭାଗ ନେବେ । ୨୮ ତାରିଖ ଟାଉନ ହାଇସ୍କୁଲ ପଡିଆରେ ଡିଏଫ୍‌ଏ ବଲାଙ୍ଗିର ବନାମ୍‌ ଜେକେୱାଇଏସ୍‌ କାଲସାଏପାଲି, ଚୁଡାପାଲି ପଡିଆରେ ଡଙ୍ଗାଘାଟ ବନାମ ଲୁଚକିବନ୍ଧ, ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ବନାମ ଭାଟିପଡା, ଜରାସିଂହା ମିନି ଷ୍ଟାଡିୟମଠାରେ ଜରାସିଂହା ବନାମ ନାଇକେନସିରା, ସଦାଇପାଲି ସାଇଟ ପଡିଆରେ ସାଇଟ ସଦାଇପାଲି ବନାମ ସରଗାଡ, ଲୋଇସିଂହା ମିନି ଷ୍ଟାଡିୟମଠାରେ ଲୋଇସିଂହା ଏଏ ବନାମ ମୁରସୁଣ୍ଡ, ବଙ୍ଗୋମୁଣ୍ଡା ପଡିଆରେ ମମିଆଁ ବନାମ ବଡଗମଡା ଓ ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ବନାମ ଜେଆଇଟିଏମ୍‌ ବଲାଙ୍ଗିର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ହେବ । ସେହିପରି ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଜୁଲାଇ ୭ରେ କ୍ୱାଟର ଫାଇନାଲ, ୮ ଓ ୯ ରେ ସେମିଫାଇନାଲ ଏବଂ ୧୦ତାରିଖରେ ଫାଇନାଲ ଖେଳ ହେବ ।

ଉକ୍ତ ବୈଠକରେ ସଂସଦର କାର୍ଯ୍ୟକାରି ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତୀ, ଭୁପେନ୍ଦ୍ର ପ୍ରସାଦ ସିଂ, ଶ୍ରୀକାନ୍ତ ରାଉତ, ନରସିଂସ୍ୱାମୀ ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...